Odia News Portal

ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

କଟକ: ବହିଷ୍କୃତ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଦୁଇଟି ମାମଲାରେ ମିଳିଛି ସର୍ତ୍ତମୂଳକ ଜାମିନ୍ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାରେ ତାଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛି । ୨ଲକ୍ଷ ଟଙ୍କା ସହ ୨ଜଣ ଜାମିନଦାରଙ୍କ ବଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ଅନ୍ୟ ମାମଲା ରହିଥିବାରୁ ଜେଲରୁ ମୁକୁଳିପାରିବେ ପାହିଁ ଅଭୟକାନ୍ତ । ଚାକିରୀ ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଏବେ ଜେଲରେ ଅଛନ୍ତି ପାଠକ । ତେବେ ପୂର୍ବରୁ ମଧ୍ୟ କିଛି ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି ।

ଟାଟାରେ ନିଯୁକ୍ତ କରାଇଦେବା ନେଇ ଅନେକ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା ପାଠକଙ୍କ ନାଁରେ । ପାଠକ ବାପା ପୁଅ ଗିରଫ ହେବା ପରେ ସେମାନଙ୍କ ବିଳାସମୟ ଜୀବନ ନଜରକୁ ଆସିଥିଲା । ଯାହାକୁ ନେଇ ରାଜ୍ୟରେ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା ।