Odia News Portal

ଦାଦାବଟି ରୋକିବାକୁ ହେଲ୍ପ ଲାଇନ୍ ନମ୍ବର ଜାରି

ଭୁବନେଶ୍ୱର()  ଟ୍ୱିନସିଟିରେ ‘ଦାଦାବଟିକୁନା’ କାର୍ଯ୍ୟକ୍ରମ ଜୋରସୋରରେ ଆରମ୍ଭ ହୋଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି ପୋଲିସ ଡିଜି ଅଭୟ । ଦାଦାବଟି ବିରୋଧରେ ଅଭିଯାନ ପାଇଁ ଏହି ନମ୍ବରକୁ ଜାରି କରାଯାଇଛି । ଜାରି କରାଯାଇଥିବା ନମ୍ବର ହେଉଛି-୯୯୩୮୯୧୦୦୦୦ । କେବଳ ଟ୍ୱିନ୍ ସିଟି ପାଇଁ ଏହି ନମ୍ବର ଜାରି ହୋଇଛି । ଏସଏମଏସ, ଟେଲିଗ୍ରାମ, ମେସେଜ ଜରିଆରେ ଲୋକମାନେ ଏଥିରେ ସୂଚନା ଦେଇପାରିବେ । ଯେଉଁମାନେ ଚାହିଁବେ, ସେମାନଙ୍କ ନାଁ ଗୁପ୍ତ ରଖାଯିବ ବୋଲି ଡିଜିପି ଅଭୟ କହିଛନ୍ତି ।