Odia News Portal

ଏଣିକି ହଟସ୍ପଟ ଉପରେ ରହିବ କଡ଼ା ନଜର

ଭୁବନେଶ୍ୱର()  କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଅମାନିଆମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । ତେବେ  ଭୁବନେଶ୍ୱର ଓ କଟକରେ କରୋନା ନିୟମ ବା କୋଭିଡ କଟକଣାକୁ ବାରମ୍ବାର ଉଲ୍ଲଂଘନ ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିତ ପରେ ଅମାନିଆଙ୍କୁ ସାବାଡ଼ ପାଇଁ ଡିଜିପି  ଅଭୟ ନିଦେ୍ର୍ଧଶ ଦେଇଛନ୍ତି ।

ତଦନୁଯାୟୀ  ହଟସ୍ପଟ ଉପରେ କଡ଼ା ନଜର ରଖାଯିବ ବୋଲି ପୁଲିସ ଡିଜି  ଅଭୟ କହିଛନ୍ତି ।  ଦ୍ୱୈତନଗରୀରେ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ ଆର୍ମଡ ପୁଲିସ ରହିବେ ।  କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ ।  ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯିବ ବୋଲି ଡିଜି ଅଭୟ କହିଛନ୍ତି ।  କୋଭିଡ ଏନଫୋର୍ସମେଣ୍ଟ ପାଇଁ ପ୍ରତି ଜୋନରେ ଜଣେ ଡିସିପି ନେତୃତ୍ୱ ନେବେ  ବୋଲି ଡିଜିପି କହିଛନ୍ତି ।