Odia News Portal

ଆଇରନ୍ ବୋଝେଇ ଟ୍ରକ୍ ଧକ୍କାରେ କକା ପୁତୁରା ମୃତ

ମୟୂରଭଞ୍ଜ: ଆଇରନ ବୋଝେଇ ଟ୍ରକ୍ ଧକ୍କାରେ ଚାଲିଗଲା କକା ପୁତୁରାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବଡ଼ଡାଳିମା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ମାନେ ହେଲେ ବଡଡାଳିମା ଗ୍ରାମର ତାରିଣୀ ବେହେରା ଓ ସିପୁ ବେହେରା । ସୂଚନା ଅନୁଯାୟୀ ଗତକାଲି ରାତିରେ କକା ପୁତୁରା ଖାଇ ବାହାରେ ହାତ ଧୋଇ ହେଉଥିବା ବେଳେ ଦ୍ରୁତ ଗତିରେ ବେପରୁଆ ଭାବେ କେଉଁଝରରୁ ଟାଟା ଅଭିମୁଖେ ଯାଉଥିବା ଆଇରନ ବୋଝେଇ ଟ୍ରକଟି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ପରିବାର ଲୋକେ ସ୍ଥାନୀୟ ମେଡିକାଲକୁ ନେଇଥିଲେ ତେବେ ଜଣଙ୍କର ବହଳଦା ଓ ଅନ୍ୟ ଜଣଙ୍କର ରାଇରଙ୍ଗପୁର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା ।