Odia News Portal

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେଉଛନ୍ତି ଅମ୍ରିତ ପ୍ରଧାନ । ନିୟନ୍ତ୍ରଣକୁ ଆସୁଛି ଅକ୍ସିଜେନ ଲେବଲ । ଏବେ ତାଙ୍କର ଅକ୍ସିଜେନ ଲେବଲ ୮୦ରୁ ୯୦ ଭିତରେ ରହୁଛି । ୨ ଦିନ ହେଲା ସେ ଭେଣ୍ଟିଲେଟର ଆବଶ୍ୟକ କରୁନାହାନ୍ତି । ଏହାଛଡ଼ା ଅମ୍ରିତଙ୍କୁ ଶତ ପ୍ରତିଶତ ବଦଳରେ ଏବେ ୭୦ ପ୍ରତିଶତ ଇକମୋ ସହାୟତା ଆବଶ୍ୟକ ପଡ଼ୁଛି। ଅମ୍ରିତଙ୍କୁ ଖାଦ୍ୟ ଆକାରରେ କଷ୍ଟାର୍ଡ ଦେବାକୁ ଉଦ୍ୟମ କରାଯାଉଛି। ଯଦି ଏହା ସଫଳ ହୁଏ ତେବେ ତାଙ୍କୁ ଖାଦ୍ୟ ଦେବା ପାଇଁ ଲାଗିଥିବା ଫୁଡ୍ ଟ୍ୟୁବ ହଟାଇବା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଥାଉକି, ବ୍ରହ୍ମପୁର ସହରର ଟୁବକ ହେଉଛନ୍ତି ଅମ୍ରିତ ପ୍ରଧାନ । ତାଙ୍କ ବାପା ମା କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ସେବା କରି କରି ଶେଷରେ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ । କରୋନାର ଜଟିଳତା ପରେ ତାଙ୍କର ଇକମୋ ଚିକତ୍ସା ଆବଶ୍ୟକ ହୋଇଥିଲା । ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାର ହୋଇଥିବା ବେଳେ ମା ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ । ଇକମୋ ଚିକତ୍ସା ଲାଗି ଦେଢ଼ କୋଟି ଟଙ୍କା ଆବଶ୍ୟକ ହେଉଥିବା ବେଳେ ତାହା ତାଙ୍କ ଲାଗି ସମ୍ଭବ ହୋଇନଥିଲା । ଶେଷରେ ତାଙ୍କ ଭଉଣୀ ସମସ୍ତଙ୍କ ସହଯୋଗ ଲୋଢ଼ିଥିଲେ । କ୍ରାଉଡପଣ୍ଡିଂରେ ଟଙ୍କା ଆଦାୟ ହେବା ପରେ ତାଙ୍କୁ ଚେନ୍ନାଇକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଥିଲା ।