Odia News Portal

ଅଣ୍ଡାମାଡ ଘଟଣାରେ ମୁହଁ ଖୋଲିଲେ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଅଣ୍ଡାମାଡ ପ୍ରସଙ୍ଗରେ ପ୍ରେସମିଟ କରିଛନ୍ତି ସାଂସଦ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ଅପରାଜିତା । ସେ କହିଛନ୍ତି ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଉଛି । ବାରମ୍ବାର ତାଙ୍କ ଉପରେ ଆକ୍ରମଣ କରାଯାଉଛି । ତେଣୁ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ସେହିପରି ତାଙ୍କୁ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ ୨୪ ଘଂଟାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦେ ଦାବି କରିବା ସହ ଏହି ପ୍ରସଙ୍ଗ ସେ ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ଅପରାଜିତା ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା । ଗତକାଲି ତାଙ୍କ ଉପରେ ବିଜେଡି କର୍ମୀ ଅଣ୍ଡାମାଡ ଓ ଢ଼େଲାମାଡ କରିଛନ୍ତି । ସେଠାରେ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିବା ବେଳେ ଢ଼େଲା କାହା ଦେହରେ ବାଜିଥିଲେ କିଏ ଦାୟୀ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏହାର ପ୍ରତିବାଦରେ ସେ ଆଜି ଠାରୁ ପ୍ରତି ୱାର୍ଡରେ ବୁଲିବେ । ତେଣୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଆଚାର୍ଯ୍ୟବିହାର ନିକଟରେ ଏକ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଯୋଗଦେବାକୁ ପହଂଚିଥିବା ବେଳେ ସେଠାରେ କିଛି ଲୋକ ତାଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ପ୍ରଶ୍ନ କରିଥିଲେ । କଥା କଟାକଟି ପରେ ଅଣ୍ଡାମାଡ ଓ ଢ଼େଲାମାଡ ହୋଇଥିଲା । ଏମିତିକି ଅପରାଜିତାଙ୍କୁ ପୁଲିସ ଏସକର୍ଟରେ ବାହାରିବାକୁ ପଡିଥିଲା । ପୌର ନିର୍ବାଚନ ପୂର୍ବରୁ ରାଜଧାନୀରେ ଏଭଳି ଘଟଣା ରାଜନୀତି ମହଲକୁ ଉଷୁମ କରିଛି ।