Odia News Portal

ଚାକିରୀରୁ ବହିଷ୍କୃତ ଡାକ୍ତର ବାଚସ୍ପତି ଦାଶ

ବଲାଙ୍ଗୀର: ଚାକିରୀରୁ ବହିଷ୍କୃତ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏସଡିଏମଓ ଡାକ୍ତର ବାଚସ୍ପତି ଦାଶ । ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଛି । ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ରୋଗୀଙ୍କୁ ଲାଞ୍ଚ ମାଗୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଡାକ୍ତଙ୍କ ବିରୋଧରେ ତଦନ୍ତ ଚାଲିଥିଲା । ଆଜି ତାଙ୍କୁ ବହିଷ୍କାର କରିଛନ୍ତି ବଲାଙ୍ଗୀର ସିଡିଏମଓ ।

ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ବେଳେ ତୃଟିପୂର୍ଣ୍ଣ କାର୍ଯ୍ୟ ଲାଗି ତାଙ୍କୁ ବହିଷ୍କାର କରାଯାଇଛି । ସେପଟେ ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଛୁଆର ଲିଙ୍ଗ ନିର୍ଦ୍ଧାରଣ କରିବା ଲାଗି ଜଣେ ଗର୍ଭବତୀ ମହିଳାଙ୍କୁ ଲାଞ୍ଚ ମାଗିଥିଲେ ବାଚସ୍ପତି । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ଏହି ଘଟଣାକୁ ନେଇ ଚାଲିଥିବା ତଦନ୍ତରେ ଆଜି ତାଙ୍କୁ ବହିଷ୍କାର କରାଯାଇଛି । ସେପଟେ ପାଟଣାଗଡ଼ ଭିଡିଓ ଭାଇରାଲ ଘଟଣାର ମଧ୍ୟ ତଦନ୍ତ ଚାଲିଥିବା ସୂଚନା ମିଳିଛି ।