Odia News Portal

ହଳଦିଆ କଇଁଛ ଉଦ୍ଧାର

ଭଦ୍ରକ: ଉଦ୍ଧାର ହୋଇଛି ହଳଦୀଆ କଇଁଛ । ଭଦ୍ରକ ଜିଲ୍ଲା କସ୍ତୁରିକଣ ଗାଁର ବୈତରଣୀ ନଦୀରେ ବୋହି ଯାଉଥିବାବେଳେ ଏକ ଯୁବକ ଜଣକ କଇଁଛଟିକୁ ଧରିଥିଲେ । କଇଁଛଟିର ଓଜନ ପ୍ରାୟ ୨କିଲୋରୁ ଅଧିକ ହୋଇଥିବା ଜଣାପଡିଛି । ବାତ୍ୟା ୟସ୍‌ ସମୟରେ ସମୁଦ୍ରରୁ ବିଭିନ୍ନ ନଦୀକୁ ପାଣି ପ୍ରବେଶ କରିଥିଲା, ସେହି ସମୟରେ କଇଁଛଟି ଆସିଥିବାର ଅନୁମାନ କରାଯାଉଛି । ତେବେ ଯୁବକ ଜଣକ ପରେ କଇଁଛଟିକୁ ନଦୀରେ ଛାଡିଦେଇଥିଲେ ।