Odia News Portal

ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀୟଙ୍କ ଭଉଁରୀ ନୀତି । ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବା ପରେ ତିନି ରଥର ଚକ ଅଖରେ ଲାଗି କରାଯାଇଛି । ମହାପ୍ରଭୁଙ୍କ ଆଜ୍ଞା ମିଳିବା ପରେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ କରାଯାଇଛି। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡେରା କାମ ଶେଷ ହୋଇଥିବା ବେଳେ ମହାରଣା ସେବକ ଓ ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି । ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଚକଡେରା କାର‌୍ୟ୍ୟ ଶେଷ ହେବ ।

ପରମ୍ପରା ଅନୁଯାୟୀ, ଆଜି ସକାଳେ ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନେ ମହାରଣା ସେବକଙ୍କୁ ଚକ, ଅଖ ଡେରା ସଂପର୍କରେ ଅବଗତ କରିଥିଲେ। ପରେ ଚକ, ଅଖ ଡେରା ହୋଇଥିଲା। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଡେରା ହୋଇଥିବା ଚକରେ ବିଜେ କରାଯାଇଥିଲା। ପୂଜାପଣ୍ଡା ସେବକମାନେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଚକଡେରା କାର‌୍ୟ୍ୟ ଅନୁକୂଳ ହୋଇଥିଲା।