Odia News Portal

ବାରିପଦାରେ ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍‌

ବାରିପଦା: ଭୟଙ୍କର ବାତ୍ୟା ୟାସର କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍ । ଗତକାଲି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ବାଲେଶ୍ୱରରୁ ଆସି ବାରିପଦାର ସର୍କିଟ ହାଉସରେ ରହିଛି କେନ୍ଦ୍ରୀୟ ଟିମ୍ । ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ପରିଦର୍ଶନ କରିବା ପରେ ଆକଳନ କରାଯାଉଛି ।

ପ୍ରଥମେ ଗୋପବନ୍ଧୁ ନଗର ବ୍ଲକ କୁଆମରା ଅଂଚଳକୁ ଟିମ ଯିବ । ଏହା ପରେ କୁଆମରା ପୁଲିସ ଆଉଟ ପୋଷ୍ଟ ବୁଲିବାପରେ ଖୁଣ୍ଟା ବ୍ଲକର ବିଶିପୁର ଅଂଚଳକୁ ପରିଦର୍ଶନ କରିବେ । ପରେ ଖୁଣ୍ଟା ବ୍ଲକ ବିଶିପୁର ଗ୍ରାମ ପଂଚାୟତ ୟୁପି ସ୍କୁଲ ବିଲ୍ଡିଂକୁ ଅନୁଧ୍ୟାନ କରିବେ । ତା ପରେ ଉଦଳା ବ୍ଲକ ଯାଇ ସେଠାରେ ୟାସରେ କ୍ଷତି ଘଟିଥିବା ସମ୍ପର୍କରେ ଆଲୋଚନା କରିବା ସହ ଉଦଳା ବ୍ଲକ ଦୁତିକାଦେଇପୁର ଅଂଚଳରେ ନଷ୍ଟ ହୋଇଥିବା ଘର ଦେଖିବେ ।