Odia News Portal

ରାଜଧାନୀରେ ବଦଳିକ ଟିକା ସମୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟିକା ସମୟ ବଦଳିବା ନେଇ ସୂଚନା ଦେଲେ କମିଶନର ସଞ୍ଜୟ ସିଂ । ସକାଳେ ପ୍ରଥମ ଡୋଜ ଦିଆଯିବାକୁ ଥିବାବେଳେ ଅପରାହ୍ନରେ ଦିଆଯିବ ଦ୍ୱିତୀୟ ଡୋଜ । ପ୍ରଥମ ଡୋଜ ନେଇଥିବା ଯୁବବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ଚାଲୁ ରହିବ । ଆସନ୍ତା ସୋମବାରଠାରୁ ଡିଉ ଥିବା ୨ୟ ଡୋଜ ଟିକା କରଣ ସରିଯିିବ । ଏହାପରେ ବାକିଥିବା ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ବର୍ଗଙ୍କ ପ୍ରଥମ ଡୋଜ ଟିକା ଆରମ୍ଭ ହେବ । ସକାଳ ସମୟରେ ଏହି ଯୁବବର୍ଗଙ୍କୁ ଟିକାକରଣ କରାଯିବ । ଅପରାହ୍ନରେ ୧୮ରୁ ୪୪ ବର୍ଗଙ୍କୁ ୨ୟ ଡୋଜ ଦିଆଯିବ ।