Odia News Portal

କଂଗ୍ରେସର କରୋନା ଟିକା ଟାର୍ଗେଟ

ଭୁବନେଶ୍ୱର: କରୋନା ଟିକାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଶୁକ୍ରବାର ଅନୁଷ୍ଠିତ ଏକ ପ୍ରେସମିଟରେ ଉଭୟଙ୍କୁ କଟାକ୍ଷ କରିଛି ପିସିସି । ବର୍ତମାନ ରାଜ୍ୟକୁ ଅଧିକ ଟିକା ଆବଶ୍ୟକତା ରହିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍ ମାଗି କରି ଆଣି ପାରୁନଥିବା ଅଭିଯୋଗ କରିଛି କଂଗ୍ରେସ । ଦେଶରେ ଦୈନିକ କୋଟିଏ ଲୋକଙ୍କୁ ଟିକା ଦେବାକୁ ଦାବି କରିଛି କଂଗ୍ରେସ । କୋ- ୱିନ୍ ପୋର୍ଟାଲରେ ଆଦିବାସୀ ଲୋକ ରେଜିଷ୍ଟ୍ରେସନ୍ କରିବା ଅସମ୍ଭବ। ସେଠାରେ କୋ- ୱିନ୍ ଆପକୁ ବାଦ ଦେଇ ସମସ୍ତଙ୍କ ଟିକାକରଣ କରିବାକୁ ଦାବି ହୋଇଛି ।

ଆମ ମୁଖ୍ୟମନ୍ତ୍ରୀ କହିପାରୁନାହାନ୍ତି ବୋଲି କଂଗ୍ରେସ କହିଛି। କଂଗ୍ରେସର ଅଭିଯୋଗର ଜବାବ ରଖିଛି ବିଜେପି । ଟିକାକରଣ ରାଜନୀତିରେ କେନ୍ଦ୍ର ସରକାରଙ୍କ ବିରେଧରେ ଏହା କଂଗ୍ରେସର ନିଷ୍ଫଳ ପ୍ରୟାସ । ଏ ପ୍ରୟାସରେ କଂଗ୍ରେସ କେବେ ବି ସଫଳ ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି। ଅନ୍ୟପଟେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।