Odia News Portal

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର: କୋଭିଡ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସରକାର ମିଛ କହୁଥିବା କହିଛି କଂଗ୍ରେସ । କୋଭିଡରେ ମୃତ୍ୟୁକୁ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି । ମଶାଣୀ ରିପୋର୍ଟ ଓ ସରକାରୀ ରିପୋର୍ଟରେ ତାଳମେଳ ରହୁନାହିଁ । ସରକାର କୋଭିଡ ମୃତ୍ୟୁକୁ ଲୁଚାଉଥିବା ଅଭିଯୋଗ ଆଣିଛି କଂଗ୍ରେସ । କରୋନା ମୃତ୍ୟୁକୁ ସରକାର ଲୁଚାଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏପରିକି କେତେକ ଜିଲ୍ଲା ପ୍ରଶାସନର ରିପୋର୍ଟ ଓ ରାଜ୍ୟ ସରକାରଙ୍କ ରିପୋର୍ଟରେ ତାଳମେଳ ରହୁ ନଥିବାରୁ ପ୍ରକୃତରେ କରୋନାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ରାଜ୍ୟ ସରକାର ଭ୍ରମାତ୍ମକ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି । ତେଣୁ ରାଜ୍ୟବାସୀଙ୍କୁ କରୋନା ମୃତ୍ୟୁ ନେଇ ସଠିକ୍ ତଥ୍ୟ ଦିଅନ୍ତୁ ବୋଲି କହିଛି କଂଗ୍ରେସ।