Odia News Portal

ବ୍ୟାଙ୍କରେ କରୋନା

ରାୟଗଡ଼ା: ବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ସଂକ୍ରମିତ । ଶେଷରେ ବ୍ୟାଙ୍କରେ ପଡ଼ିଲା ତାଲା । ରାୟଗଡ଼ା ସଦର ବ୍ଲକ ଜେକେପୁରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ କରୋନା ଲକ୍ଷଣ ଦେଖାଦେବା ପରେ ଆଜି ପରୀକ୍ଷା କରିବା ବେକେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ କେହି ଜଣେ କର୍ମଚାରୀ ବ୍ୟାଙ୍କକୁ ଆସି ନଥିଲେ କି ଫାଟକ ମଧ୍ୟ ଖୋଲାଯାଇ ନଥିଲା ।

ଏପଟେ ଉକ୍ତ ବ୍ୟାଙ୍କର ଉପଭକ୍ତାମାନେ ଦୂର ଦୁରାନ୍ତରୁ ଆସି ନିରାଶ ହୋଇ ଫେରି ଯାଇଥିଲେ । ବିଶେଷ କରି ମାସର ପ୍ରଥମ ସପ୍ତାହ ହୋଇଥିବା ଯୋଗୁଁ ଜେକେ କାଗଜ଼କଳ ର କର୍ମଚାରୀମାନେ ପାଉଥିବା ଦରମା ପାଇଁ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । ହେଲେ ବ୍ୟାଙ୍କ ବନ୍ଦ ଯୋଗୁଁ ସମସ୍ତେ ଏକ ପ୍ରକାର ହଇରାଣ ହେବାର ଦେଖିବାକୁ ମିଳିଥିଲା । ସେହିପରି ବ୍ୟାଙ୍କରେ ଲେନଦେନ ବନ୍ଦ ଯୋଗୁଁ ନିକଟରେ ଥିବା ଏ ଟି ଏମ ମଧ୍ୟ ବନ୍ଦ ରହିଥଲା । ଏ ସମ୍ପର୍କରେ ବ୍ୟାଙ୍କର ମ୍ୟାନେଜରଙ୍କୁ ଯୋଗାଯୋଗ ମଧ୍ୟ ସମ୍ଭବପର ହୋଇନଥିଲା ।