Odia News Portal

ଆଜି ୪୧୮୯ କରୋନା ପଜିଟିଭ୍ , କେବଳ ଖୋର୍ଦ୍ଧାରୁ ୭୧୨

ଭୁବନେଶ୍ବର () ୨୪ ଘଣ୍ଟା ମଧ୍ୟରେ ୪୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୩୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୫୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୦୭ , ବାଲେଶ୍ୱରରେ ୧୫୦ , ବରଗଡ଼ରେ୧୨୮ , ଭଦ୍ରକରେ୩୪ , ବଲାଙ୍ଗୀରରେ ୧୧୪ , ବୌଦ୍ଧରେ ୭୭ , କଟକରେ ୫୮୬ , ଦେବଗଡ଼ରେ ୧୨ , ଢେଙ୍କାନାଳରେ ୫୪, ଗଜପତିରେ ୨ , ଗଞ୍ଜାମରେ ୩୫ , ଜଗତସିଂହପୁରରେ୧୦୪ , ଯାଜପୁରରେ ୧୮୭, ଝାରସୁଗୁଡ଼ାରେ ୮୪ , କଳାହାଣ୍ଡିରେ ୧୦୫ , କନ୍ଧମାଳରେ ୭୪ , କେନ୍ଦ୍ରାପଡ଼ାରେ ୧୨୬, କେନ୍ଦୁଝରରେ୩୩ , ଖୋର୍ଦ୍ଧାରେ ୭୧୨ , କୋରାପୁଟରେ ୬୩, ମାଲକାନାଗିରିରେ ୭୨  , ମୟୂରଭଞ୍ଜରେ୧୭୪ , ନବରଙ୍ଗପୁରରେ୭୫ , ନୟାଗଡ଼ରେ ୮୨ , ନୂଆପଡ଼ାରେ୫୮ , ପୁରୀରେ ୨୬୫  , ରାୟଗଡ଼ାରେ ୨୯ , ସମ୍ବଲପୁରରେ ୧୧୩, ସୋନପୁରରେ୯୦  ଓ ସୁନ୍ଦରଗଡ଼ରେ ୨୦୧   ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି  । ଅପରପକ୍ଷରେ ଷ୍ଟେଟ ପୁଲରୁ ୨୪୩ ଜଣ ଚିହ୍ନଟ ହୋଇଛନ୍ତି ।