Odia News Portal

ଜାଣନ୍ତୁ ୫୬ ଆକ୍ରାନ୍ତଙ୍କ ସମସ୍ତ ତଥ୍ୟ

ଯାଜପୁର ()ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁରର ବୋଲି ସୂଚନା ମିଳିଛି । ଏହାସହ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ନିକଟରେ ଏହି କରୋନା ଆକ୍ରାନ୍ତ ଜଣକ କଲିକତାରୁ ଫେରିଥିଲେ ବୋଲି ସେଠାକାର ଜିଲ୍ଲାପାଳ କହିଛନ୍ତି । ସତର୍କତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ସାନତ୍ରିଲୋଚନପୁର ଓ ସହିପୁର-୩ ଗାଁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି ।