Odia News Portal

ଆଉ ୫୪୩ କରୋନା ପଜିଟିଭ, ୧୮୯ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫୪୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ୧୮୮ଜଣ, ଖୋର୍ଦ୍ଧାରୁ ୮୭ ଜଣ, ସୁନ୍ଦରଗଡ଼ରରୁ ୫୨ ଜଣ, କଟକରୁ ୩୯ ଜଣ, ଗଜପତିରୁ ୨୯ଜଣ, ରାୟଗଡ଼ାରୁ ୨୪ ଜଣ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ୨୨ ଜଣ ଲେଖାଏଁ, ଜଗତସିଂହପୁରରୁ ୧୫ ଜଣ, ମାଲକାନଗିରିରୁ ୧୧ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, ବାଲେଶ୍ବରରୁ ୮ଜଣ, ବୌଦ୍ଧ ଓ ପୁରୀରୁ ୭ଜଣ ଲେଖାଏଁ, ଝାରସୁଗୁଡାରୁ ୬ ଜଣ, ବଲାଙ୍ଗୀରରୁ ୫ଜଣ, ବରଗଡ଼ରୁ ୩ଜଣ, ସମ୍ବଲପର ଓ ଢ଼େଙ୍କାନାଳରୁ ୨ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।