Odia News Portal

କଟକ ସହରରୁ ଆଉ ୪୧ ପଜିଟିଭ

କଟକ () ଆଜି କଟକ ସହରରେ ପୁଣି ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ତନ୍ମଧ୍ୟରୁ ୩୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୨ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି ।  ଆଜି ଦିୱାନ ବଜାରରୁ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେହିପରି ଶଙ୍କରପୁରରୁ ୩, ସେକ ବଜାରରୁ ୨, ସିଡିଡ ସେକ୍ଟର-୯ରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।  ମଠସାହିରୁ ଜଣେ ଓ ପୁଲିସ କଲୋନୀରୁ  ଜଣେ ଲୋକାଲ କଣ୍ଟାକ୍ଟ କେସ ଚିହ୍ନଟ ହୋଇଥିବା ଜଣାଯାଇଛି ।   ଆଜିର ୪୧ ଜଣଙ୍କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭୭କୁ ବୃଦ୍ଧି ପାଇଛି ।  ଏହାଛଡ଼ା ୩୧୪ ଜଣ ସୁସ୍ଥ ହୋଇଥିବାବେଳେ ୧୦ ଜଣଙ୍କ ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୪୫୩ ଜଣ ଚିକିତ୍ସାଧୀନ ଥିବା ଜଣାଯାଇଛି ।