Odia News Portal

ଭୁବନେଶ୍ୱରରୁ ଆଉ ୧୦୫ ପଜିଟିଭ, ନୂଆସାହିରୁ ୯

ଭୁବନେଶ୍ବର()  ଭୁବନେଶ୍ୱରରୁ ଆଜି ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରଣ୍ଟାଇନ୍ ସେଣ୍ଟରରୁ ୫୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ନୂଆପଲ୍ଲୀ ନୂଆସାହିରୁ ୯ ଆକ୍ରାନ୍ତ ଚିହ୍ନଟ, ସହିଦନଗରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୭କୁ ବୃଦ୍ଧି ପାଇଛି ।