Odia News Portal

ଆଉ ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ,ଖୋର୍ଦ୍ଧାରୁ ୬୬୩

ଭୁବନେଶ୍ୱର()  ରାଜ୍ୟରେ ଆଉ ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୪୪୧ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୭୬୮ ଜଣ ଆକ୍ରାନ୍ତ ହୋଇଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୫୫୦ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୩୭୨୩୯ ଜଣ ଚିକିତ୍ସିତ ହେଉଛନ୍ତି  ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୦୯, ବାଲେଶ୍ୱରରେ ୧୮୩, ବରଗଡ଼ରେ ୧୧୬, ଭଦ୍ରକରେ ୪୩, ବଲାଙ୍ଗୀରରେ ୭୮, ବୌଦ୍ଧରେ ୫୫, କଟକରେ ୪୯୧, ଦେବଗଡ଼ରେ ୨୩, ଢେଙ୍କାନାଳରେ ୮୦, ଗଜପତିରେ ୪୩, ଗଞ୍ଜାମରେ ୬୫, ଜଗତସିଂହପୁରରେ ୧୪୬, ଯାଜପୁରରେ ୧୭୬, ଝାରସୁଗୁଡ଼ାରେ ୮୦, କଳାହାଣ୍ଡିରେ ୯୦, କନ୍ଧମାଳରେ ୧୦୨, କେନ୍ଦ୍ରାପଡ଼ାରେ ୧୨୩, କେନ୍ଦୁଝରରେ ୭୨, ଖୋର୍ଦ୍ଧାରେ ୬୬୩, କୋରାପୁଟରେ ୧୧୪, ମାଲକାନାଗିରିରେ ୬୩, ମୟୂରଭଞ୍ଜରେ ୧୦୭, ନବରଙ୍ଗପୁରରେ ୧୦୨, ନୟାଗଡ଼ରେ ୪୭, ନୂଆପଡ଼ାରେ ୫୨, ପୁରୀରେ ୩୨୬, ରାୟଗଡ଼ାରେ ୯୨, ସମ୍ବଲପୁରରେ ୧୫୪, ସୋନପୁରରେ ୮୩ ଓ ସୁନ୍ଦରଗଡ଼ରେ ୧୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି  । ଅପରପକ୍ଷରେ ଷ୍ଟେଟ ପୁଲରୁ ୨୧୦ ଜଣ ଚିହ୍ନଟ ହୋଇଛନ୍ତି ।