Odia News Portal

ରାଜଧାନୀରୁ ଆଉ ୩୪୫ ପଜିଟିଭ, ୨୪୪ ଲୋକାଲ କେସ

ଭୁବନେଶ୍ବର() ଆଜି ବି  ଭୁବନେଶ୍ୱରରୁ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୪୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୧ ଓ ସ୍ଥାନୀୟ ଅଞ୍ଚଳରୁ ୨୪୪ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

 

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୧୯୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୩୫୪ ଜଣ ସୁସ୍ଥ ହୋଇଛନ୍ତି ଓ ୬୯ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୮୦୬ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।