Odia News Portal

ଭୁବନେଶ୍ୱରରୁ  ଆଉ ୩୪୯ ପଜିଟିଭ୍

ଭୁବନେଶ୍ୱର() ଭୁବନେଶ୍ୱରରୁ  ଆଉ ୩୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୯୩ରେ ପହଞ୍ଚିଛି । ଗୁରୁବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୦ ଜଣ ରହିଥିବା ବେଳେ ୨୨୯ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

 

ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୯୮୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୬୮୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୬୧୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୭୬ ଜଣଙ୍କର ମୃତ୍ୟୁ ହୋଇଛି ।