Odia News Portal

ବାଣ ଗୋଦାମରେ ବିସ୍ଫୋରଣ

କୋଣାର୍କ: ବାଣ ଗୋଦାମରେ ବିସ୍ଫୋରଣ । ପୁରୀ ଜିଲ୍ଲା କୋଣାର୍କ ଚାରିଛକ ବ୍ରହ୍ମଗୁଣ୍ଡିସ୍ଥିତ ଏକ ବାଣ ଗୋଦାମରେ ଘଟିଛି ଏହି ବିସ୍ଫୋରଣ । ଏଥିରେ କାହାର କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ପ୍ରଚଣ୍ଡ ବିସ୍ଫୋରଣ ପରେ ସମଗ୍ର ବାଣଗୋଦାମ ଜଳୁଥିବାର ଦେଖାଯ଼ାଇଛି । ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ଗାଡ଼ିକୁ ଲଗାଯ଼ାଇଛି । ବାଣ ଗୋଦାମରେ ବିସ୍ଫୋରଣ ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯ଼ାଇଛି । ତେବେ ଏହି ବିସ୍ଫୋରଣରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ ।