Odia News Portal

ସୈନିକ ସ୍କୁଲରେ ପାଳିତ ହେଲା ସ୍ୱାଧିନତା ଦିବସ

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକ ସ୍କୁଲରେ ପାଳିତ ହୋଇଛି ୭୫ତମ ସ୍ୱାଧିନତା ଦିବସ । ସ୍କୁଲ ପରିସରରେ କରୋନା କଟକଣାକୁ ମାନି ପାଳନ ରାଯାଇଥିଲା । ଏଥିରେ ସୈନିକ ସ୍କୁଲର ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରିତିକା ଶର୍ମା (ଭାରତୀୟ ନୈସେବା) ସ୍କୁଲ ପରିସରରେ ଥିବା ସହିଦ ସ୍ମୃତିପୀଠରେ ସୈନିକ ସ୍କୁଲର ୧୬ଜଣ ସହିଦଙ୍କ ସମ୍ମାନାର୍ଥେ ମାଲ୍ୟାର୍ପଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଉପାଧ୍ୟକ୍ଷ କମାଣ୍ଡର ଉଷାସାଙ୍ଗଓାନ, ବରିଷ୍ଟ ଅଧ୍ୟାପକ କ୍ୟାପଟେନ ବିଘ୍ନରାଜ ପ୍ରଧାନ ଏବଂ କର୍ମଚାରୀଙ୍କ ଗହଣରେ ପାତାକା ଉତ୍ତୋଳନ କରିଥିଲେ ।