Odia News Portal

ଖଟିଆରେ ୨ କିଲୋମିଟର ବୁହାହେଲେ ରୋଗୀ

କେନ୍ଦୁଝର: ପୁଣି ଖଟିଆରେ ବୁହାହେଲେ ରୋଗୀ । ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣେ ରୋଗୀ ଦୁଇ କିଲୋମିଟର ବୁହା ହୋଇଥିବା ନଜରକୁ ଆସିଛି । କେନ୍ଦୁଝର ଜିଲ୍ଲା ଠାକୁରମୁଣ୍ଡ ବ୍ଲକ ଭାଲିଆଡାଳ ଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ସଲାଇ କାଣ୍ଡିଆଙ୍କୁ ପରିବାର ଲୋକ ଓ ମେଡିକାଲ କର୍ମଚାରୀ ଦୁଇ କିଲୋମିଟର ବୋହି ନେବା ପରେ ଚିକିତ୍ସିତ ହୋଇଛନ୍ତି ।

ସୂଚନା ଥାଉକି, ଆଜି ସକାଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ସଲାଇ । ତେବେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ମାତ୍ର ଗାଁକୁ ପକ୍କାରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ । ପରିବାର ଲୋକ ଓ ଆମ୍ବୁଲାନ୍ସ କର୍ମଚାରୀ ମିଶି ଷ୍ଟ୍ରେଚରରେ ତାଙ୍କୁ ଦୁଇ କିଲୋମିଟର ବୋହିନେବା ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ପହଞ୍ଚାଇଥିଲେ ।