Odia News Portal

ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଆମର ଲକ୍ଷ୍ୟ

ଭୁବନେଶ୍ୱର() ରାଜ୍ୟପାଳ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି। ବିପର୍ୟ୍ୟୟ ପରିଚାଳନାରେ ଆମେ ବିଶ୍ୱରେ ନାଁ କମେଇ ପାରିଛୁ। ଚାଷୀ ଆୟ ଦୁଇଗୁଣା କରିବାରେ ଆମେ ଏକମାତ୍ର ରାଜ୍ୟ। କାଳିଆ ଯୋଜନା ସ୍ଵତନ୍ତ୍ର ଯୋଜନା। ଚାଷୀଙ୍କ ଆବଶ୍ୟକତା ପୂରଣ କରିଥିବା ଏହି ଯୋଜନା ଏବେ ଦେଶର ମଡେଲ ହୋଇଛି। ନୂଆ ସ୍ୱାସ୍ଥ୍ୟ ଯୋଜନା ମାଗଣାରେ ଉପଲବ୍ଧ ହେଉଛି। ସବୁ ସରକାରୀ ମେଡିକାଲ୍ରେ ଦିଆଯାଉଛି। ମ୍ୟାଲେରିଆ ନିରାକରଣ ରେ ଆମେ ଆଗରେ। ମହିକ ସଶକ୍ତିକରଣ, ମିଶନ ଶକ୍ତି, ଆମର ଉଦାହରଣ ହୋଇଛି। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ୨୪ ଘଣ୍ଟିଆ ଯୋଗାଇ ଦିଆଯାଉଛି। ଜଗା ମିଶନ ଜରିଆରେ ୫୭ ହଜାର ଲୋକଙ୍କୁ ଦିଆଯାଇଛି। ୫ ଲକ୍ଷ ଏସ୍ସି ଓ ଏସ୍ଟି ପିଲାଞ୍ଜୁ ମାଗଣା ଶିକ୍ଷା ଦିଆଯାଉଛି। ୫ଟି ମନ୍ତ୍ର ପ୍ରଶାସନ କୁ ସୁଦୃଢ କରିଛି। ୨୦୨୦ ଅଗଷ୍ଟ ୧୫ ସୁଦ୍ଧା କୌଣସି ଲୋକେ ସରକାରୀ କାର୍ୟ୍ୟାଳୟ ଯିବେ ନାହିଁ। ଘରେ ବସି ଅନଲାଇନରେ ସବୁ ସେବା ପାଇବେ। ସବୁ କାରବାର ଅନଲାଇନରେ ହେବ। ମାର୍ଚ୍ଚ ୫, ୨୦୨୦ ସୁଦ୍ଧା ସବୁ ବିଭାଗ ମୋ ସରକାର ଅଧୀନରେ ରହିବ। ନିଯୁକ୍ତି, ଦକ୍ଷତା ବିକାଶ ଉପରେ ଅଗ୍ରଧିକାର ଦିଆଯାଉଛି। ବିଶ୍ୱ ପର୍ୟ୍ୟଟନ ରେ ଓଡିଶା ନୂଆ ସ୍ଥାନ ହାସଲ କରିଛି। ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଆମର ଲକ୍ଷ ରହିଛି।