Odia News Portal

ରାଜନୀତିକୁ ଆସିବେ ନାହିଁ ଅରୁଣ ପଟ୍ଟନାୟକ

ଭୁବନେଶ୍ବର()  ଆସନ୍ତାକାଲି ୫ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ସେଥିପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡିଆଠାରେ ବ୍ୟାପକ ଆୟୋଜନ ହୋଇଛି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି ।

ତେବେ ଏତେସବୁ ଭିତରେ ସମସ୍ତଙ୍କ ନଜର ରହିଛି କିଏ କିଏ ପାଇବେ ମନ୍ତ୍ରୀ ପଦ । ୨୧ ଟି ବିଭାଗ ପାଇଁ ନବୀନ ମନ୍ତ୍ରୀ ବାଛିସାରିଛନ୍ତି । ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇସାରିଛି । କିନ୍ତୁ ତାହା ପ୍ରକାଶ କରାଯାଇନାହିଁ ।

ଅନ୍ୟପଟେ ହିଞ୍ଜିଳି ଓ ବିଜେପୁର ଆସନରୁ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଏହି ଦୁଇ ଆସନରୁ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାକ୍ଷାତକାର ଦେଇ କହିଛନ୍ତି, କେଉଁ ଆସନ ଛାଡିବେ ସେନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ନବୀନ ଆହୁରି କହିଛନ୍ତି ମୋ ପରିବାରରୁ କେହି ବି ରାଜନୀତିକୁ ଆସିବେ ନାହିଁ । ଲୋକେ ସେମାନଙ୍କ ନେତା ବାଛିବେ।