Odia News Portal

ସାଂସଦଙ୍କୁ ସୁପ୍ରିମୋଙ୍କ ତାଗିଦ , ଲୋକସଭାରେ କେମିତି ଅଛି ସାଂସଦଙ୍କ ପ୍ରଦର୍ଶନ ରହିବ ନଜର

ଭୁବନେଶ୍ୱର() ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଏହି କ୍ରମରେ ଆଜି ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସାଂସଦଙ୍କୁ ଦଳୀୟ ରଣନୀତି ସମ୍ପର୍କରେ ପରାମର୍ଶ ଦେଇଛନ୍ତି ।

ନବୀନ କହିଛନ୍ତି, ସାଂସଦଙ୍କ ପ୍ରଦର୍ଶନ ଉପରେ ତାଙ୍କର କଡ଼ା ନଜର ରହିବ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସାଂସଦମାନେ ସଂସଦ ଭିତରେ କିପରି ଉଦ୍ୟମ କରୁଛନ୍ତି ତା’ଉପରେ ନଜର ରହିବ । ସଂସଦରେ ଉପସ୍ଥିତ ରହି ଅଂଶଗ୍ରହଣ କରୁଛନ୍ତି କି ନାହିଁ ତା’ ଉପରେ ମଧ୍ୟରେ ନଜର ରହିବ । ପ୍ରଶ୍ନୋତ୍ତରରେ ଭାଗ ନେଉଛନ୍ତି କି , ତାହାର ଟ୍ରାକିଂ ହେବ । ଅନ୍ୟପଟେ ସଂସଦରେ ସମସ୍ତ ସାସଦ ଉପସ୍ଥିତ ରହି ସମସ୍ୟା ଉଠାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ ଆହୁରି କହିଛନ୍ତି, ଲୋକସଭାରେ କେମିତି ଅଛି ସାଂସଦଙ୍କ ପ୍ରଦର୍ଶନ ? କେଉଁ ସାଂସଦ ପ୍ରଶ୍ନତ୍ତୋରେ ସାମିଲ ହେଉଛନ୍ତି ? କେଉଁ ସାଂସଦ ସବୁଠୁ ପଛରେ ? କେଉଁ ସାଂସଦ ସବୁଠାରୁ ଅଧିକ ବିତର୍କରେ ଭାଗ ନେଇଛନ୍ତି ? ଏବଂ କେଉଁ ସାଂସଦ ସବୁଠାରୁ ଅଧିକ ପ୍ରଶ୍ନ କରିଛନ୍ତି? ଏବଂ କିଏ ଲୋକସଭାରେ ଆଦୌ ସକ୍ରିୟ ନୁହନ୍ତି ? ତା’ଉପରେ ରହିବ ବିଜେଡ଼ି ସଭାପତିଙ୍କ ନଜର । ତେବେ ୨ ମାସ ଭିତରେ ପ୍ରଦର୍ଶନ ରିପୋର୍ଟ ଦେବାକୁ ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।