Odia News Portal

କେନ୍ଦୁଝରରେ ଦୂର ହେଲା ଜଳ ସମସ୍ୟା , ଆନନ୍ଦପୁରରେ ଉଦଘାଟନ ହେଲା ବ୍ୟାରେଜ

କେନ୍ଦୁଝର() କେନ୍ଦୁଝରରେ ଦୂର ହେଲା ଜଳ ସମସ୍ୟା । କୃଷି ପାଇଁ ଜଳସେଚନ ସୁବିଧା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜର ଉଦଘାଟନ କରିଛନ୍ତି । ବୈତରଣୀ ନଦୀ ଉପରେ ନିର୍ମିତ ଏହି ବ୍ୟାରେଜରେ ବ୍ୟୟ ହୋଇଛି ୪୭୫ କୋଟି ଟଙ୍କା ।

ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା, ଓଉପଦା, ନୀଳଗିରି, ବହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ ।