Odia News Portal

ବାତ୍ୟା ପ୍ରପିଡ଼ିତଙ୍କୁ ମିଳିନି ସହାୟତା

ଔପଦା: ଦୁଃଖ ଦେଇଗଲା ବତ୍ୟା । ବର୍ଷକର ଦାନା ଭସାଇ ନେଲା । ରହୁଥିବା ଘରର କାନ୍ଥ ଭାଙ୍ଗିଦେଲା । ହେଲେ ସରକାରୀ ସହାୟତାରୁ ବଂଚିତ େଓøପଦା ବ୍ଲକ ଜାନିକାପାଳା ଗାଁର ବାଚ୍ଛାନିଧୀ । ୟାଶ ବାତ୍ୟାରେ ତାଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଆଜି ଯାଏ ତାଙ୍କୁ ପଲିଥିନ ଖଣ୍ଡେ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ବାତ୍ୟା କ୍ଷତି ପୂରଣ ପାଇବାକୁ ସେ ବାରମ୍ବାର ତହସିଲ ଯାଉଥିଲେ ବି ତାଙ୍କ କଥା କେହି ଶୁଣୁନଥିବା କହିଛନ୍ତି ବାଚ୍ଛାନିଧୀ । ଝୁମ୍ପୁଡି କୁଡିଆରେ ମୁଣ୍ଡ ଗୁଞ୍ଜିଥିବା ବାଚ୍ଛାନିଧିଙ୍କୁ କାହିଁକି କ୍ଷତିପୂରଣ ମିଳୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ସେ ।

ବାତ୍ୟା ୟଶରେ ଅନେକ ଘର ନଷ୍ଟ ହୋଇଛି । ବାତ୍ୟା ପ୍ରଭାବରେ ଅନେକ ବେସାହାରା ହୋଇଛନ୍ତି । ତେବେ ବାଚ୍ଛାନିଧୀଙ୍କ ଭଳି ଲୋକଙ୍କ ନାଁ କ୍ଷତିପୂରଣ ତାଲିକାରେ ନଥିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି ।ତେବେ କ୍ଷୟକ୍ଷତି ଯାଂଚ କିଏ ଓ କେମିତି କରିଛି ତାକୁ ନେଇ ଉଠିଛି ପ୍ରଶ୍ନ ।