Odia News Portal

ସିଲ୍ ହେଲା ଆମିଷ ଦୋକାନ, ୩ ଗିରଫ

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଆମିଷ ଦୋକାନକୁ ସିଲ କରିଛି ପୋଲିସ । ଭୁବନେଶ୍ୱର ପଟିଆସ୍ଥିତ ‘ଦ ନନଭେଜ ୱାଲ୍ଡ’କୁ ସିଲ୍ କରାଯାଇଛି । କୋଭିଡ ନିୟମ ଉଲଙ୍ଘନ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଅନଲାଇନ ଓ ଅଫ ଲାଇନରେ ଏହି ଦୋକାନ ବିକ୍ରି କରୁଥିବା ବେଳେ ପ୍ରବଳ ଲୋକଙ୍କ ଭିଡ ଜମୁଥିଲା । ତେବେ ନିୟମ ଖିଲାପ କରୁଥିବାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରିଛି ବିଏମସି ।

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଲୋକେ ବେଫିର ହୋଇଯାଉଛନ୍ତି । ତେବେ କରୋନା ଚେନ ଭାଙ୍ଗିବା ଲାଗି ପ୍ରୟାସ ଜାରି ରହିଛି । ଗତକାଲି ଟୁଇନସିଟି ପୋଲିସ କମିଶନର ରଜ ଲାଗି ସଜାଗ କରାଇଛନ୍ତି । ଯେଉଁ ଦୋକାନୀମାନେ କୋଭିଡ ନିୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଆଜି ଝାରପଡ଼ା ଅଞ୍ଚଳରେ ମଧ୍ୟ ଏକ ଶାଢ଼ୀ ସୋରୁମକୁ ସିଲ କରିଛି ବିଏମସି ।