Odia News Portal

ରାଜ୍ୟରେ ଓମିକ୍ରନ ସଂଖ୍ୟା ୬୦ ଟପିଲା

ରାଜ୍ୟରେ ଓମିକ୍ରନ ଆତଙ୍କ। ବଢ଼ିଲା ଓମିକ୍ରନ୍ ଆକ୍ରନ୍ତଙ୍କ ସଂଖ୍ୟା ସଂଖ୍ୟା । ଓଡିଶାରେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଆଇଏଲ୍ଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି।
ଗତ ରବିବାର ଗୋଟିଏ ଦିନରେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ବିଦେଶ (ଫିନଲାଣ୍ଡ, ଓମାନ, ସାଉଦି ଆରବ, ଦୁବାଇ ଓ ସିରିଆ) ଫେରନ୍ତା ଓ ଦୁଇ ଜଣ ବିଦେଶ ଫେରନ୍ତାଙ୍କ ସଂପର୍କରେ ଆସିଥିଲେ। ଅନ୍ୟ ୧୦ ଜଣ ବିଦେଶ ଯାଇ ନାହାନ୍ତି କି ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ତେଣୁ ସେମାନେ କିପରି ଓମିକ୍ରନ ସଂକ୍ରମିତ ହେଲେ, ତାହାର ଅନୁଧ୍ୟାନ କରାଯାଉଛି।