Odia News Portal

ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ

ଭୁବନେଶ୍ୱର() ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ । ଓଡିଶା ଇନଫ୍ରା ଟେକ୍ ନିର୍ଦ୍ଦେଶକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ମନୋରଞ୍ଜ । ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିବା ଚିଠିରେ ଦର୍ଶାଯାଇଛି । ଦୀର୍ଘଦୀନ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପରେ ସେ ଆକ୍ରାନ୍ତ ହୋଇଥିଲେ । ଇଓଡବ୍ଲୁ ଦ୍ୱାରା ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ସେ କହିଛନ୍ତି ।

ସୂଚନା ଅନୁସାରେ  ସାରୁଅ ଜମି ଜାଲିଆତି ମାମାଲାରେ ଗିରଫ ହୋଇ ମନୋରଂଜନ ଏବେ ଝାରପଡା ଜେଲରେ ଅଛନ୍ତି । ମନୋରଂଜନ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦ ସହ ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ମୋଟାମୋଟି କହିବାକୁ ଗଲେ ସେ ଓଟିଭି ଗ୍ରୁପ୍ ଠାରୁ ନିଜ ବୃତ୍ତିଗତ ସଂପର୍କ ଛିନ୍ନ କରିଛନ୍ତି । ଗତ ୧ ତାରିଖ ଦିନ ମନୋରଂଜନକୁ କ୍ରାଇମବ୍ରାଞ୍ଚ ଗିରଫ କରି ବିଚାର ବିଭାଗୀୟ ହାତଜକୁ ପଠାଇଥିଲା । ଏଥି ସହ ରିମାଣ୍ଡରେ ଆଣି ପଚରାଉଚୁରା ବେଳେ ସାରୁଅ ଜମି କେଳେଙ୍କାରୀର ଅନେକ ଗୁମର ଖୋଲିଥିଲେ । ଦଳିତ ଯୁବକ ରବୀନ୍ଦ୍ର ସେଠୀଙ୍କୁ ମୋହରା କରି କେମିତି ଜଗିମଙ୍ଗତ ପଣ୍ଡା ଅନସୂଚିତ ଜାତି ଲୋକଙ୍କ ଜମି ହଡ଼ପ କରିଥିବା ଜଣାପଡିଛି । ଏଥିନେଇ କ୍ରାଇମବ୍ରାଞ୍ଚ ମଧ୍ୟ ଗଣମାଧ୍ୟମକୁ ଖବରଦାତା ସମ୍ପର୍କରେ ସୂଚନା ଦେଇଥିଲା ।