Odia News Portal

ଟ୍ରେନିଂ ପରେ ଗର୍ଭବତୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: କରୋନନା ବିରୋଧରେ ମୁଖ୍ୟ ଅସ୍ତ୍ର ସାଜିଛି ଟିକା । ସମସ୍ତ ବର୍ଗର ଲୋକଙ୍କୁ ଟିକା ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି । ଗର୍ଭବତୀଙ୍କୁ ଟିକା ଦେବା ଲାଗି କିଛିଦିନ ଶୁଣାଯାଉଥିଲା । ତେବେ ଗର୍ଭବତୀଙ୍କୁ ଟିକା ନେଇ କେନ୍ଦ୍ରର ନିର୍ଦ୍ଦେଶ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ କହିଛନ୍ତି, ଏବେ ନୁହେଁ । ଆବଶ୍ୟକ ଟ୍ରେନିଂ ପରେ ଟିକା ଦିଆଯିବ । ଏନେଇ ସବୁ ଜିଲ୍ଲାପାଳ, ସିଡିଏମଓ ମାନଙ୍କୁ ପ୍ରଦୀପ୍ତ ମହାପାତ୍ର ଚିଠି କରିଛନ୍ତି । ଗର୍ଭବତୀଙ୍କୁ ଟିକା ନେଇ କେନ୍ଦ୍ର ଖୁବ ଶୀଘ୍ର ଓରିଏଣ୍ଟେସନ କାର‌୍ୟ୍ୟକ୍ରମ କରିବ । କେନ୍ଦ୍ର ସାରିଲେ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏନେଇ ତାଲିମ ଦିଆଯିବ । ନିର୍ଦ୍ଦିଷ୍ଟ ତାଲିମ ପୂର୍ବରୁ ଗର୍ଭବତୀଙ୍କୁ ଟିକା ନଦେବା ପାଇଁ ଏସିଏସ କହିଛନ୍ତି ।