Odia News Portal

ସବିତା ରାଉତ ହେଲେ ଯାଜପୁର ଜିଲ୍ଲାର ବିଜେଡ଼ି ମହିଳା ମେର୍ଚ୍ଚା ସଭାପତି

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ ସଜବାଜ ହେଉଛନ୍ତି ସମସ୍ତ ଦଳ । ବିଜେଡ଼ି ତାର ଶିବିର ସଜାଇ ସାରିଲାଣି । ନିକଟରେ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାୱାରି ଦାୟିତ୍ୱ ଦିଆଯାଇଥିବା ବେଳେ ମହିଳା କମିଟି ମଧ୍ୟ ଗଠନ ହୋଇ ସାରିଛି । ଏହାରି ଭିତରେ ରାଜ୍ୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ୟାସନଗର ପୂର୍ଵତନ ନଗରପାଳ ଶ୍ରୀମତୀ ସବିତା ରାଉତ ଉପରେ ଆସ୍ଥା ପ୍ରକଟ କରି ଯାଜପୁର ଜିଲା ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ।

ସବିତା ବ୍ୟାସନଗର ପୌର ପରିଷଦର ବିକାଶ କରି ଜଣେ ଟାଣୁଆ ସାଲିସ ବିହୀନ ନାରୀନେତ୍ରୀ ଦକ୍ଷତା ସହ ନଗରପାଳ କାଯ୍ୟ ସମ୍ପାଦନ କରି ସହର ବକ୍ଷସିଙ୍କ ପ୍ରିୟ ଭାଜନ ହୋଇଛନ୍ତି । ସେ ସାଲିସ ବିହୀନ ନାରୀ ନେତ୍ରୀ ନିର୍ଭୀକ ସ୍ୱାଧୀନ, ଚିନ୍ତାଧରା ନାରୀ ନେତ୍ରୀ ହୋଇଥିବାରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାର ମହିଳା ସଂଗଠନର ଦାୟିତ୍ୱ ଦେଇଛନ୍ତି । ସବିତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ. ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣୟ କୁମାର ଦାସ ସମେତ ଯାଜପୁର ଜିଲାର ସମସ୍ତ ବିଧାୟକ ଓଏମପିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।