Odia News Portal

ଭକ୍ତମାନେ ବାବାଙ୍କୁ କାହିଁକି ଭଲ ପାଆନ୍ତି?

ଭୁବନେଶ୍ୱର: ବାବାଙ୍କୁ ନିଜ ହୃଦୟରେ ଧାରଣ କରିଛି ସେ କଦାପି ନିଜକୁ ବଞ୍ଚିତ ମନେ କରେ ନାହିଁ । ଭକ୍ତ ପ୍ରତି ମୁହୂର୍ତ୍ତରେ ଗୁରୁଙ୍କ ନିକଟରେ ରହିବ ଏମିତି କରିବ ନାହିଁ । ଗୁରୁଙ୍କର ନିବିଡ଼ ଅନ୍ତରଙ୍ଗ ଭକ୍ତମାନେ ବେଳେ ବେଳେ ତାଙ୍କଠୁ ଦୂରରେ ଥାଆନ୍ତି । ଗୁରୁଙ୍କ ପ୍ରତି ଶିଷ୍ୟଙ୍କ ମନର ଭାବନାଟା ହିଁ ସବୁଠୁ ବଡ଼ କଥା । ମୋର ଅନ୍ତଃକରଣରେ ବାବାଙ୍କ ବ୍ୟତିତ ଆଉ କେହି ନାହାନ୍ତି । ଯେଉଁମାନେ ବାବାଙ୍କ ପ୍ରିୟ, ମୁଁ ସେମାନଙ୍କର ପ୍ରିୟ । କାହାର ବାହ୍ୟିକ ଆକୃତି କିମ୍ବା ସାମାଜିକ ପ୍ରତିଷ୍ଠା ମୋ ପାଇଁ କିଛି ମାନେ ରଖେନା । ମୁଁ ଭକ୍ତର ଭାବକୁ ହିଁ ଦେଖେ । କେତେ ବେଶି ଏକାଗ୍ରତାର ସହିତ, ଭାବର ସହିତ ଜଣେ ବାବାଙ୍କ ପ୍ରତି ନିବିଷ୍ଟ ମୁଁ ତାହା ହିଁ ଦେଖେ ।