Odia News Portal

ନିଜ ଘରେ ବାବାଙ୍କୁ କେଉଁ ପଦ୍ଧତିରେ ପୂଜା କରିବା ଉଚିତ୍‌

ଭୁବନେଶ୍ୱର: ବାବାଙ୍କୁ ମନ୍ଦିରରେ ଓ ଘରେ ପୂଜା କରିଯିବା ଭିତରେ ବହୁତ ଫରକ ଅଛି । ଘରେ ଯେଉଁ ପୂଜା ବା କ୍ଷୁଦ୍ର ବିଗ୍ରହ ପୂଜା କରାଯାଏ ତା’ର ପ୍ରାଣ ପ୍ରତିଷ୍ଠାକରାଯାଇ ନଥାଏ । ତେଣୁ ପଞ୍ଚୋପଚାର ପଦ୍ଧତିରୁ ଯେକୌଣସି ଗୋଟିଏ ପଦ୍ଧତିରେ ବାବାଙ୍କର ପୂଜାର୍ଚ୍ଚନା କରାଯାଇପାରେ । ମନ୍ଦିରରେ ଷୋଡଶ ଉପଚାର ବିଧିରେ ବାବାଙ୍କୁ ପୂଜା କରାଯାଏ । ସଦଗୁରୁଙ୍କ ପୂଜା ଯେତେ ସମ୍ଭବ ସରଳ ଭାବରେ କରାଯାଏ ତ ଭଲ । ଅନ୍ତରରେ ଭକ୍ତି ଜାଗରଣ କରି ନ ପାରିଲେ ସମସ୍ତ ପ୍ରକାର ବାହ୍ୟ ଉପଚାର,ରୀତି, ନୀତି ବୃଥା । ଅବିଚଳିତ ଭକ୍ତି ଓ ଶ୍ରଦ୍ଧାର ସହ ପୁଷ୍ପଟିଏ ଅର୍ପଣ କଲେ ତାହା ଯଥେଷ୍ଟ । ନିଜେ କରିବା ଅବସ୍ଥାରେ ନଥିଲେ ଆଉ କାହାରିକୁ କହି ପୂଜାବିଧି ସଂପନ୍ନ କରାଯାଇପାରିବ । କିଛି କାରଣ ବଶତଃ ବାହାରକୁ ଯାଇଥିଲେ, ଯେକୌଣସି ଜାଗାରେ ବସି ବାବାଙ୍କୁ ମାନସିକ ସ୍ତରରେ ପୂଜା କରାଯାଇପାରେ ।