Odia News Portal

ଉତ୍ପାଦନ ଖର୍ଚ୍ଚ ବଢିଥିବାକୁ ବହୁ ରାଜ୍ୟ ଅଧିକ ମୂଲ୍ୟରେ ମାସ୍କ କିଣିଛନ୍ତି

ଭୁବନେଶ୍ୱର() କରେନା ଭଳି ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି ସ୍ପଷ୍ଟ କରିଛନ୍ତି ।

ଆଜି ଏଠାରେ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର ୧୦ ଟଙ୍କାର ମାସ୍କକୁ ୧୬ ଟଙ୍କାରେ କିଣା ଯିବାର ଯଥାର୍ଥତା ଓ ଏହା ପଛରେ ଥିବା ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, କେବଳ ଓଡିଶା ନୁହେଁ ଦେଶରେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଅଧିକ ଦରାରେ ମାସ୍କ କିଣିଛନ୍ତି । କାରଣ ଲକଡାଉନ ଯୋଗୁଁ ଉତପାଦନ ଖର୍ଚ୍ଚ ଭଢିଯିବାରୁ ମାସ୍କ ଯୋଗାଣକାରୀ ସଂସ୍ଥା ଗୁଡିକ ଏହାର ଦର ବୃଦ୍ଧି କରିଥିଲେ । ଏବଂ ୧୦ ଟଙ୍କର ମାସ୍କକୁ ୧୬ ଟଙ୍କାକୁ ବଢାଇଦେଇଥିଲେ ।

ଶ୍ରୀ ପାତ୍ର କହିଥିଲେ ଯେ ଓଡିଶା ମାସ୍କକୁ ୧୬ ଟଙ୍କାରେ କିଣିଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକ ଏହାଠାରୁ ଯଥେଷ୍ଟ ଅଧିକ ଦରରେ କିଣିଥିଲେ । ଉଦାହରଣ ସ୍ୱରୂପ ଗୁଜୁରୁଟ- ୨୦ଟଙ୍କା ,କର୍ଣ୍ଣାଟକ- ୧୮ ଟଙ୍କା, ତାମିଲନାଡୁ- ୧୫.୮୬ ପାଇସା କିଣିଛନ୍ତି । କରୋନା ଭୟାବହତାକୁ ଦୃଷ୍ଟିକୁ ରଖି ଲୋକଙ୍କୁ ବଞ୍ଚାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶ ଅନୁଯାୟୀ ଏହି ମାସ୍କ କିଣା ଯାଇଛି । ଦେଶର ତଥା ରାଜ୍ୟର ଏଭଳି ଏକ ବିପତି ସମୟରେ କଂଗ୍ରେସ ଲୋକଙ୍କ ମନରେ ସନେ୍ଦହର ବାତାବରଣ ସୃଷ୍ଟି କରୁଛି । ରାଜ୍ୟ ସରକାରଙ୍କ କୋଭିଡ-୧୯ ବିରୋଧୀ କାର୍ଯ୍ୟକ୍ରମ ସାରା ଦେଶ ଓ ବିଦେଶରେ ପ୍ରସଂଶିତ ହୋଇଥିବା ବେଳେ ଏଥିରେ କଂଗ୍ରେସ ଦଳର ଗାତ୍ରଦାହ ହେଉଛି । ଯାହାକୁ ନେଇ କଂଗ୍ରେସ ଏଭଳି ରାଜନୈତିକ ନାଟକ କରୁଛି । ଯଦି ସତସାହସ ଅଛି ତେବେ କଂଗ୍ରେସ ଏହାର ପ୍ରମାଣ ଦେଉ ବୋଲି ଶ୍ରୀ ପାତ୍ର କହିଛନ୍ତି ।