ଭୁବନେଶ୍ୱର: ଆସନ୍ତା ଜୁନ୍ ୧୦ରେ ହେବ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ତେବେ ଏହି ସୂର୍ଯ୍ୟ ପରାଗ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ । ଏନେଇ ସୂଚନା ଦେଇଛି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦% ଅଞ୍ଚଳରେ ଆଂଶିକ ଦିଶିବ। ରତୀୟ ସମୟ ମଧ୍ୟାହ୍ନ ୧ଟା ୪୨ରୁ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ ପରାଗ ହେବ। ପରବର୍ତ୍ତୀ ସୂର୍ଯ୍ୟପରାଗ ୨୦୨୨ ଅକ୍ଟୋବର ୨୫ରେ ଦେଖାଯିବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁନ୍ ୧୦ ହେଉଛି ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ। ସେହିଦିନ ହିଁ ସୂର୍ଯ୍ୟ ପରାଗ ହେବ।
						
			