Odia News Portal

ପୁଣି ସିବିଆଇ କାର୍ଯ୍ୟାଳୟରେ ରିୟା

ମୁମ୍ବାଇ()  ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ ଭାର ସିବିଆଇ ନେବା ପରେ ଖୋଳତାଡ଼ ଜୋର ଧରିଛି  । ସିବିଆଇରେ ଆଜି ହାଜର ହୋଇଛନ୍ତି ରିୟା ଚକ୍ରବର୍ତୀ  । ଭାଇ ସୌଭିକଙ୍କ ସହ ସେ ସିବିଆଇ କାର୍ଯ୍ୟାଳୟରେ ପହଁଚିଛନ୍ତି  । ପୂର୍ବରୁ ସୌଭିକଙ୍କୁ ବହୁବାର ଜେରା ହୋଇଥିବାବେଳେ ଉଭୟଙ୍କୁ ବସାଇ ମୁହାଁମୁହିଁ ଜେରା ହେବ ବୋଲି ଜାଣିବାକୁ ମିଳିଛି  ।

ଗୋଟିଏ ପଟେ ସୁଶାନ୍ତଙ୍କ ମୃତୁ୍ୟ ପରେ ରିୟାଙ୍କ ଉପରେ ସମସ୍ତେ ଅଙ୍ଗୁଳି ନିଦେ୍ର୍ଧଶ କରୁଥିଲା ବେଳେ ରିୟା କିନ୍ତୁ ଗଣମାଧ୍ୟମରେ ଭିନ୍ନ ମତ ଦେଇଛନ୍ତି  । ଗତକାଲି ସେ ସାକ୍ଷାତକାର ଅବସରରେ ଏନେଇ ଅନେକ କଥା କହିଛନ୍ତି  ।

‘ମୋ ପରିବାର ଲୋକେ ଧାଡ଼ି ହୋଇ ଠିଆ ହୋଇଯିବୁ, ଆମକୁ ଗୁଳି କରିଦିଅ  ।’ ମିଡ଼ିଆ ଟ୍ରାଏଲ ଓ ସୋସିଆଲ ମିଡ଼ିଆ ଟ୍ରାଏଲରେ କ୍ଷୁବ୍ଧ ରିୟା ଚକ୍ରବର୍ତୀ ଏଭଳି କହିଛନ୍ତି  । ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦଶାଇଙ୍କୁ ଏକ ସାକ୍ଷାତକାର ଅବସରରେ ରିୟା ସୁଶାନ୍ତଙ୍କ ମୃତୁ୍ୟ ପ୍ରସଙ୍ଗରେ ଅନେକ କଥାର ପର୍ଦ୍ଧାଫାଶ କରିଛନ୍ତି ।

ସୁଶାନ୍ତଙ୍କ ମୃତୁ୍ୟ ତାଙ୍କୁ ଶକ୍ତ ଆଘାତ ଦେଇଥିଲା । ସୁଶାନ୍ତଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କରେ ରିୟା କହିବା ସହ ତାଙ୍କର ବନ୍ଧୁମାନଙ୍କ ସମ୍ପର୍କରେ ବି ଅନେକ କଥା କହିଛନ୍ତି  । ତାଙ୍କ ମୃତୁ୍ୟର ସପ୍ତାହକ ପୂର୍ବରୁ ସେ ତାଙ୍କ ସହ ଆଦୌ କଥା ହୋଇନଥିଲେ ବୋଲି କହିଛନ୍ତି  । ସୁଶାନ୍ତଙ୍କ ମୃତୁ୍ୟ ତାଙ୍କୁ ଶକ୍ତ ଆଘାତ ଦେଇଥିବାବେଳେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସେ ବି ଜାଣିବାକୁ ଚାହୁଁଛନ୍ତି  । ସୁଶାନ୍ତଙ୍କ ମୃତୁ୍ୟ ଖବର ପାଇବା ପରେ ସେ କାନ୍ଦି ପକାଇଥିଲେ  । ଏମିତିକି ସାକ୍ଷାତକାର ଅବସରରେ ବି ରିୟା କାନ୍ଦି କାନ୍ଦି ଏହା କହିଛନ୍ତି  ।