Odia News Portal

ସୁଶାନ୍ତ ସିଂଙ୍କ ଦେହାନ୍ତରେ ଆଇପିଏସ ଅମିତାଭ ଠାକୁରଙ୍କ ଶୋକ

ଭୁବନେଶ୍ବର() ଓଡିଆ କ୍ୟାଡ଼ରର ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଟ୍ବିଟ ଯୋଗେ ଗଭିର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, “କିଛି ଦିନ ପୁର୍ବେ ଆମେ କଥା ହୋଇଥିଲୁ । ମୋ ବାହାଘରରେ ସବୁଠାରୁ ଅଧିକ ନାଚି ଥିଲ ଓ ମସ୍ତି କରିଥିଲ । ମୁ ଏହି କଥା ବିଶ୍ବାସ କରିପାରୁନି” ।

ସୂଚନା ଅନୁସାରେ ବଲିଉଡ ଜଗତର ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଆଜି ମୃତ୍ୟୁ ଘଟିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ବେକରେ ଫାଶୀ ଲାଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ସୁଶାନ୍ତଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ପୋଲିସକୁ ଫୋନ କରି ଜଣାଇଛନ୍ତି ।