Odia News Portal

ପାଲତଳେ ଶବ ସତ୍କାର

ତୁମୁଡ଼ିବନ୍ଧ: ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଏପରିକି ଶବକୁ ସମ୍ମାନ ଦେବା ଲାଗି ବିଭିନ୍ନ ଯୋଜନା କରିଛନ୍ତି । ଶଶ୍ମାନରେ ଶବ ସକ୍ରାର କରିବା ଲାଗି ସରକାରଙ୍କ ପକ୍ଷରୁ ଗାଁରେ ଶଶ୍ମାନଘର ନିର୍ମାଣ ଲାଗି ସରକାର ଯୋଜନା କରିଛନ୍ତି । ତେବେ ଆଜି ବି ଅଧିକାଂଶ ସ୍ଥାନରେ ଶଶ୍ମାନ ଘର ନଥିବାରୁ ସକ୍ରାର କରିବା ଲାଗି ଲୋକେ ନାନା ଅସୁବିଧାର ସାମ୍ନା କରିଥାନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶଶ୍ମାନରେ ।

ଘର ଖଣ୍ଡେ ନଥିବାରୁ ଲୋକେ ବର୍ଷା ଦିନ ସକ୍ରାର କରିବାରେ ଅସୁବିଧା ଉପୁଜୁଛି । ତେବେ ଲୋକେ ବର୍ଷା ହେଲେ ପାଲଟାଣି ସକ୍ରାର କରୁଛନ୍ତି । ଏପରିକି ଅନେକ ଲୋକ ଶଶ୍ମାନରେ ଓଦା ହେଉଛନ୍ତି । ତେବେ ତୁମୁଡିବନ୍ଧରେ ଏକ ଶଶ୍ମାନଘର ତିଆରି କରାଯିବ ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏନେଇ ଅନେକ ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣୁନଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।