Odia News Portal

ଆରମ୍ଭ ହେଲା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲା: ଇଷ୍ପାତ ସହର ରାଉରକେଲାରେ ହେବାକୁ ଥିବା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଯାଇଛି । ପୂଜାର୍ଚ୍ଚନା ପରେ ପ୍ରସ୍ତାବିତ ବିପୁୟୁଟି ପରିସରରେ ଆରମ୍ଭ ହୋଇଛି କାର୍ଯ୍ୟ । ଏହି ଅବସରରେ ବିଧାୟକ ସାରଦା ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଉପସ୍ଥିତ ରହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ପ୍ରାୟ ୧୩୦ କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମ ନିର୍ମାଣ ହେବ। ଆସନ୍ତା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ବର୍ଷକ ଭିତରେ ନିର୍ମାଣ କାର‌୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଛି। ଷ୍ଟାଡିୟମ ନିର୍ମାଣକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଛି। ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବାପରେ ଜିଲ୍ଲାର କ୍ରୀଡ଼ାମହଲରେ ଉତ୍ସାହ ଖେଳିଯାଇଛି।