Odia News Portal
Browsing Tag

latest odia news

ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରି ଧଳ

ଓଡ଼ିଶା ସରକାର ଆଜି ୧୯୯୯ ମସିହା ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ନିକୁଞ୍ଜ ବିହାରି ଧଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (SRC) ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ଧଳ ଏବେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଅତିରିକ୍ତ ଦାୟିତ୍ୱ ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବକାରୀ

ବନ୍ଧାହେଲେ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ କର୍ମୀ

ଲୋୟର ପିଏମଜିରେ ରେ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨ ଗିରଫ । ଇରାଶିଷ ପୂର୍ବରୁ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। ପୋଲିସକୁ ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରହିଛି । ଏସିପିଙ୍କ

ଆଜିଠୁ ଆରମ୍ଭ ହେଲା +୨ ପରୀକ୍ଷା 

ଆଜିଠାରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ଆଜିଠାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨ରୁ ଆରମ୍ଭ ହେବ ବାଣିଜ୍ୟ ଓ କଳା ପରୀକ୍ଷା । ଏଥର ୩ ଲକ୍ଷ ୫୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଦିନ ୧୦ଟାରୁ ଦିନ ୧ଟା ଯାଏ ଗୋଟିଏ ସିଟିଂରେ ପରୀକ୍ଷା

ଆଜିଠୁ ମୁଖ୍ୟ ସଚିବ ଭାବେ ପ୍ରଦୀପ ଜେନା ଓ ନୂଆ ଉନ୍ନୟନ କମିଶନରର ଦାୟିତ୍ୱ ନେବେ ଅନୁ ଗର୍ଗ

ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ଏହାସହ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବେ ଅନୁ ଗର୍ଗ । ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ହେବାକୁ ଯାଉଛନ୍ତି । ଗତକାଲି ଦୁଇ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସୋଆ ସମ୍ମାନିତ

ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ‘ତୃତୀୟ ବିଆର୍‌ଏମ୍ ଆଶା’ ସମ୍ମାନ ପ୍ରଦାନ କରାଯାଇଛି । ସୋଆ ଏବଂ ଏହା ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ମିଳିତ ଭାବେ

କ୍ୟାପିଟାଲ ହସ୍ପିଟାଲରେ ଡିସିପି

କ୍ୟାପିଟାଲ ହସ୍ପିଟାଲରେ ପୋଲିସ ଡିଜି ସୁନିଲ ବଂଶଲ । ଆହାତ ପୋଲିସ କର୍ମଚାରୀଙ୍କୁ ଭେଟି ଚିକିତ୍ସା ବିଷୟରେ ବୁଝିଥିଲେ ।ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନରେ କିଛି ପୋଲିସ ଆହାତ ହୋଇଛନ୍ତି ।ଡିଜିପିଙ୍କ ସହ ପୋଲିସ କମିଶନର ମଧ୍ୟ ଆହାତଙ୍କୁ ଭେଟିଥିଲେ ।

ବାଣ ଗୋଦମରେ ଭୟାଭୟ ଅଗ୍ନିକାଣ୍ଡ,୨ ମୃତ

ବାଲିକୁଦା ମାଧୁରୀ ବଜାର ଇଚ୍ଛାପୁରରେ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ୨ଟି ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଚଳାଇଛି । ବାଣ ଗୋଦାମ ସମ୍ପୂର୍ଣ୍ଣ

ମାଡମାରି ତଡିଦେଲେ ପୁଅବୋହୂ: ଗାଁ ମଶାଣି ଘରେ ଝିଅ ଓ ନାତି ନାତୁଣୀ ସହ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି

ବୃଦ୍ଧ ଦମ୍ପତିଙ୍କୁ ପୁଅବୋହୂ ମାଡମାରି ଘରୁ ତଡିଦେଲେ । ବୃଦ୍ଧ ଦମ୍ପତି ଝିଅ, ନାତି,ନାତୁଣୀଙ୍କ ସହ ଗାଁ ମଶାଣି ଶବଦାହ ଘରେ ଦୁଇଦିନ ଧରି ଆଶ୍ରୟ ନେଇଥିବା ବେଳେ ଖବରପାଇ ଉଦ୍ଧାର କଲେ ବ୍ଲକ ଅଧ୍ୟକ୍ଷ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ

୩ ବର୍ଷରେ ୨୪୫ ହାତୀ ମୃତ

ଗତ ୩ ବର୍ଷରେ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୨୪୫ ହାତୀ । ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା । ୨୦୧୯-୨୦ରୁ ୨୧-୨୨ ମଧ୍ୟରେ ରାଜ୍ୟରେ ୨୪୫ ଜଣ ହାତୀ ମରିଛନ୍ତି । ୨୪୫ ମଧ୍ୟରୁ ୬ଟି ହତୀ ଶିକାର ଦ୍ୱାରା ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୩ ବର୍ଷ ମଧ୍ୟରେ

କଟକରେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଠାବ

କଟକରେ ଥମୁନି ନକଲି ଜିନିଷ କାରବାର । ପୂର୍ବରୁ ଅନେକ ନକଲି ଦ୍ରବ୍ୟ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଏ ମାମଲାରେ ଜଣକୁ ଅଟକ ରଖି ପୁରୀଘାଟ ଥାନା ପୋଲିସ ପଚରାଉଚରା କରିଛି ।କଟକ ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର