Odia News Portal
Browsing Tag

swadhikar news

ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ : ମନ୍ତ୍ରୀ

ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ କହିଲେ ଅବକାରୀ ମନ୍ତ୍ରୀ । ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଓଡିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ । ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବନି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ

ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର; ସ୍ଥାନାନ୍ତର ହେଉଛି ଖାଲି ସିନ୍ଦୁକ ଓ ଆଲମିରା

ଆଜି ପୁଣି ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରାଗୁଡ଼ିକୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର କରାଯାଉଛି।

ବିଧାନସଭାରେ ପ୍ରବଳ ହଟ୍ଟଗୋଳ ; ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଗଲେ ବିଜେଡି ଓ କଂଗ୍ରେସ ବିଧାୟକ

ଆଜି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଛି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଲେ ବିଜେଡି ବିଧାୟକ। ଏହାପରେ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।ବିଧାନସଭାରେ ମହିଳା

OSRTC ସିଏଓଙ୍କ ଘରେ ପଶିଲା ଭିଜିଲାନ୍ସ; ୭ଟି ସ୍ଥାନରେ ଚଢ଼ାଉ

ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ

ଖଣି ମନ୍ତ୍ରୀଙ୍କ ବଡ଼ ବୟାନ, ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ

ଓଡ଼ିଶାରେ ଅଛି ସୁନା ଖଣି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା ସେ କହିଛନ୍ତି । ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି । ଜିଏସ୍‌ଆଇ

ସିମ୍‌ ବକ୍ସରେ ଲାଗିଥିଲା ସ୍ମାର୍ଟ ସୁଇଚ୍‌, ଢାକାରୁ ଅପରେଟ୍‌ କରୁଥିଲା ଆସାଦୁର

ଧୀରେ ଧୀରେ ଖୋଲିବାରେ ଲାଗିଛି ସିମ୍‌ ବକ୍ସ ପଛର ସାଂଘାତିକ ତଥ୍ୟ। ସ୍ମାର୍ଟ ସୁଇଚ୍‌ ଦ୍ୱାରା ହେଉଥିଲା ସିମ୍‌ ବକ୍ସ କଣ୍ଟ୍ରୋଲ। ଢାକାରେ ବସି ଆସାଦୁର ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସକୁ ଅପରେଟ୍‌ କରିବା ସହ କଣ୍ଟ୍ରୋଲ କରୁଥିଲା। କମିଶନରେଟ ପୁଲିସ୍‌ ଓ NIA ପକ୍ଷରୁ

ଥାନା ଆଗରେ ନିଜକୁ ଜାଳି ଥିବା ମହିଳା ଆଖି ବୁଜିଲେ

ସାଲେପୁରର ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଆତ୍ମାହୁତି ଉଦ୍ୟମ ପରେ ଗୁରୁତର ହୋଇଥିବା ମହିଳା କଟକ ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସାଧନ ଥିଲେ। କିନ୍ତୁ ଡାକ୍ତରୀ ଟିମର ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସେ ପ୍ରାଣ

ରାଜୁ ମଣ୍ଡଳ ଗିରଫ ମାମଲାରେ ଟ୍ୱିଷ୍ଟ, ପରିବାର ଆଣିଲା ନିଖୋଜ ଅଭିଯୋଗ

ଭୁବନେଶ୍ୱର, କଟକ ପରେ ରାଞ୍ଚିରେ ବି ସିମ୍‌ ବକ୍ସ ନେଟୱର୍କ ବିଛା ଯାଇଥିବା ମାମଲା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ଆଶାଦ୍ଦୁର ଏବେବି ଫେରାର ଥିବା ବେଳେ ପୁଲିସ୍‌ ରାଜୁ ମଣ୍ଡଳ ନାମକ ବଙ୍ଗୀୟ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି। ତେବେ ରାଜୁ ଗିରଫ ଘଟଣାରେ ଆସିଛି

ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକର ହେବ ସ୍ଥାନାନ୍ତରଣ

ଆସନ୍ତା 23 ତାରିଖରେ ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ

ପ୍ରେମ ବିବାହକୁ ସ୍ବୀକାର କଲେନି ପରିବାର ‌ଲୋକେ! ରେଳଧାରଣାକୁ ଡେଇଁଲେ ପ୍ରେମୀଯୁଗଳ

ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ପ୍ରେମିକ ଏବଂ ପ୍ରେମିକା ଚରମ ନିଷ୍ପତ୍ତି ନେଇଛନ୍ତି। କଲହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ତେଲ ନଦୀ ରେଳ ବ୍ରିଜରେ ମାଲବାହୀ ଟ୍ରେନ୍‌ ଯାଉଥିବା ବେଳେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରେମିକା ନାବାଳିକାର ଘଟଣାସ୍ଥଳରେ ମୃତ୍ୟୁ