Odia News Portal
Browsing Tag

swadhikar news

ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ; ରେଡ୍ ବେଳେ ମିଳିଲା ବିପୁଳ ସମ୍ପତ୍ତି

ଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ବିପୁଳ ସମ୍ପତ୍ତି। ତାଙ୍କ ଭୁବନେଶ୍ବର ଘରୁ ମିଳିଛି ପୁଳା ପୁଳା ସୁନା, ହୀରା ଓ ରୂପା ଗହଣା। ବିଭିନ୍ନ ଡିଜାଇନର ବହୁ ଗହଣା ସାଙ୍ଗକୁ ସୁନା

ଶିବ ମନ୍ଦିରରୁ ପାଣି ଢାଳି ଫେରୁଥିଲେ; ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଶିବ ମନ୍ଦିରରୁ ପାଣି ଢାଳି ବାଇକରେ ଘରକୁ ଫେରିଲା ବେଳେ ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ୍। ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ରାବଣାଗୁଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହେଲେ ଦୁର୍ଘଟଣାରେ ବଞ୍ଚି ଯାଇଛି ଦମ୍ପତିଙ୍କ ୯ ବର୍ଷର ପୁଅ। ଆହତ ଶିଶୁଟିକୁ

ମମତା ବାନାର୍ଜୀଙ୍କୁ ଫୋନ୍‌ କଲେ ମୋହନ ମାଝୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ୍‌ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହୋଇଛନ୍ତି। ଆଳୁ ଯୋଗାଣ ସମସ୍ୟା ସ୍ୱଭାବିକ କରିବାକୁ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମମତା ପ୍ରତିଶ୍ରୁତି

ପାଣ୍ଡିଆନ୍‌ଙ୍କ ହେଲିକପ୍ଟର ଖର୍ଚ୍ଚର ହେବ ତଦନ୍ତ

୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି,କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏବେ ରାଜ୍ୟରେ ବିଜେପି ସରକାର ଆକ୍ସନମୋଡକୁ ଆସିଛନ୍ତି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି ପାଣ୍ଡିଆନ

ସ୍କୁଲ ପାଖରେ ବୁଲୁଥିଲେ; ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ଗାଁ ଲୋକ ଘେରିଲେ

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ୭ଜଣଙ୍କୁ ଅଟକାଇ ପୁଲିସରେ ଜିମା ଦେଲେ ଲୋକେ। ବାଂଲାଦେଶରେ ହିଂସା ପରେ ଓଡ଼ିଶାର ହାଇଆର୍ଲଟ ଜିଲ୍ଲା ମଧ୍ୟରେ ଭଦ୍ରକ ଜିଲ୍ଲା ରହିଛି। ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ପୂର୍ବରୁ ବାଂଲାଦେଶୀ ଥିବା ବେଳେ ଏବେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମୁକୁଳା

ରାଜ୍ୟର ବିଭିନ୍ନ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ ଆଳୁ

ରାଜ୍ୟରେ ୪୦ ଟଙ୍କା ତଳକୁ ଖସିଲା ଆଳୁ ଦର। କାରଣ ରାଜ୍ୟର ବିଭିନ୍ନ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ ଆଳୁ। ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ବେଳେ ଉତ୍ତରପ୍ରଦେଶରୁ ୩୦ ଟ୍ରକ୍‌ ଆସିଛି। ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ମଧ୍ୟ ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୁଲିସ ଆଳୁ

ବନ୍ଧାହେବେ ଦୁର୍ନୀତିଗସ୍ତ ବାବୁ

ବିଭିନ୍ନ ଜିଲ୍ଲାରେ ହୋଇଥିବା ଡିଏମଏଫ ଦୁର୍ନୀତିର ହେବ ତଦନ୍ତ। ବନ୍ଧା ହେବେ ଦୁର୍ନୀତିଗସ୍ରସ୍ତ। ଖଣି ମନ୍ତ୍ରୀ କହିଛନ୍ତି, ସରକାର ପ୍ରାଥମିକତା ହେଉଛି ଶୁନ ଦୁର୍ନୀତି। ଏହାସହ ଦୁର୍ନୀତି ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବ। ଏ କଥା ମୁଖ୍ୟମନ୍ତ୍ରୀ ମଧ୍ୟ କହି ସାରିଛନ୍ତି

ଓଡ଼ିଶାର ୬ ରେଳ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଘୋଷଣା

ଗତକାଲି କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ ଦେଇଛନ୍ତି।

ପୁଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼, ପାଲଟା ଜବାବରେ ଜଣେ ଗୁରୁତର

ପୁଲିସ ଉପରକୁ ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିବା ଜଣେ ଗୋରୁ ମାଫିଆ ପୁଲିସର ପାଲଟା ଜବାବରେ ଆହତ ହୋଇଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଗୋରୁ ମାଫିଆ ଜଣଙ୍କ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡ଼ିଛି l

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ। ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ପି. ଅନ୍ବେଷା ରେଡ୍ଡି