Odia News Portal
Browsing Tag

swadhikar news

ଆଜିଠୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା ଆରମ୍ଭ

ଆଜିଠାରୁ ଆରମ୍ଭ ହୋଇଛି କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା । ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଛି । ୭ ଦିନ ଧରି ପରୀକ୍ଷା ହେବ । ମୋଟ ୯୩ ହଜାର ୯୬୬ ଜଣ ଆଶାୟୀ ପରୀକ୍ଷା ଦେଉଛନ୍ତି। ଲିଖିତ ପରୀକ୍ଷା କମ୍ପ୍ୟୁଟର୍ ବେସଡ ଟେଷ୍ଟ

ରେଂଜରୋଭର ଦୁର୍ଘଟଣା: ଯୁବତୀ ମୃତ

 ୨ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍ । ଜଣେ ଅବସରପ୍ରାପ୍ତ ଯବାନ ଓ ଜଣେ ଯୁବତୀ ଗୁରୁତର ହୋଇଥିଲେ । ଯବାନଙ୍କ ଘର ଭୁବନେଶ୍ୱର ଓ ଯୁବତୀଙ୍କ କଟକରେ ଚିକିତ୍ସା ଚାଲିଥିବା ଖବର ସାମ୍ନାକୁ ଆସିଛି । ଦାମୀ ରେଂଜରୋଭର ଗାଡିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା ।

ରାଜସ୍ଥାନରେ ପୁଣି ଇଡି ଆକ୍ସନ, ଏହି ମାମଲାରେ ୨୫ଟି ସ୍ଥାନରେ ଚଢ଼ାଉ

ଜଳ ଜୀବନ ମିଶନ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରାଜସ୍ଥାନର ୨୫ଟି ସ୍ଥାନରେ ଚଢ଼ାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ ଇଡି ଟିମ୍ କିଛି ମନ୍ତ୍ରୀ ଓ ଆଇଏଏସ୍ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଅନେକ ସ୍ଥାନରେ ରେଡ୍ ଜାରି ରଖିଛି। ଏହାଛଡ଼ା

ସେମିକଣ୍ଡକ୍ଟର କ୍ଷେତ୍ରରେ ୩ ଏମଓୟୁ ସ୍ୱାକ୍ଷରିତ; ରାଜ୍ୟର ବିକାଶକୁ ତ୍ୱରାନ୍ୱତ କରିବ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫର୍ ସିଲିକନ୍ -୨୦୨୩ ରାଜ୍ୟରେ ଏକ ଉତ୍ସାହଜନକ ସେମିକଣ୍ଡକ୍ଟର ଇକୋସିଷ୍ଟମ ଗଢ଼ି ତୋଳିିବାରେ ସହାୟକ ହେବ । ଏହା ନୂଆ ଉଦ୍ଭାବନ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟର ବିକାଶକୁ ତ୍ୱରାନ୍ୱତ କରିବ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଶା ପରିବାର ସହଯୋଗରେ ଆନ୍ଧ୍ରରେ ଫସିଥିବା ୧୧ ଜଣ ଶ୍ରମିକ ସୁରକ୍ଷିତ ଉଦ୍ଧାର

ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ୟାତିତ ହେଉଥିବା ସୁନ୍ଦରଗଡ ଜିଲ୍ଲାର ୮ ଜଣ ମହିଳାଙ୍କ ସମେତ ୧୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ଫସି ରହିଥିବା ନେଇ ଖବର ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ

ଘରେ ବସି ପଢ଼ୁଥିଲା ପୁଅ, ଘରେ ପଶି ହାଣି ଦେଇଗଲା ଦୁର୍ବୃର୍ତ୍ତ

 ମାଆ କାନ୍ଦି କାନ୍ଦି ଗଡିଯାଉଛି । କିଛି ସମୟ ପାଇଁ ତ ବୁଝିପାରୁନି କଣ ସବୁ ଏ ହେଇଗଲା । ପୁଅ ଆଉ ଏ ଦୁନିଆରେ ନାହିଁ ବୋଲି ବିଶ୍ୱାସ କରିପାରୁନି ମାଆ । ହଠାତ୍‌ କଣ ଏମିତି ଘଟିଗଲା, କିଏ ମାରିଦେଲା ମୋ ପୁଅକୁ । ଏତେ ଛୋଟ ପିଲାଟି କଣ କାହାର ଦୋଷ କରିଥିଲା, କାହିଁକି କିଏ ଏତେ ନିର୍ମମ ଭାବେ

ନାବାଳକକୁ ହତ୍ୟା ; ଜଣେ ଅଟକ

ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ଘରେ ପଶି ନବମ ଶ୍ରେଣୀ ଛାତ୍ର ଶୁଭମ୍‌ ସ୍ୱରୂପ ପାଲଟାସିଂଙ୍କୁ ଛୁରାମାଡ଼ ଘଟଣାରେ ୨ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏହି ୨ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।  ତେବେ କିଏ ଓ କାହିଁକି

ଜାତୀୟ କ୍ରୀଡା : ରୋଇଂରେ ଓଡ଼ିଶାକୁ ଦୁଇଟି ପଦକ

ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାର ମହିଳା ରୋଇଂରେ ଓଡ଼ିଶାକୁ ଆଜି ଦୁଇଟି ପଦକ ମିଳିଛି। ଡବ୍ଲୁ୪ -ଏଫ୧ ଇଭେଣ୍ଟରେ ଓଡ଼ିଶାର ସଂଯୁକ୍ତା ଡୁଙ୍ଗଡୁଙ୍ଗ୍ , ସୁଇଟି, ଅଂଶିକା ଭାରତୀ ଓ ରେଶମା କୁମାରୀଙ୍କ ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୂର୍ବରୁ ରୋଇଂର ଡବ୍ଲୁ୨-ଏଫ୧ ଇଭେଣ୍ଟରେ ରିତୁ

ବାଣ ଗୋଦାମ ଉପରେ ଚଢ଼ଉ

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ ଏକ ବାଣ ଗୋଦାମ ଉପରେ ପୁଲିସ ଆଜି ପୂର୍ବାହ୍ନ ସାଢେ ଦଶଟା ସମୟରେ ଚଢଉ କରି ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ବାଲେଶ୍ଵର ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ସହ ୨୫

ଭାଇ-ଭଉଣୀଙ୍କୁ ମାଡ଼ ଘଟଣାରେ ବନ୍ଧା ହେଲେ ବାପା ଓ ସାବତ ମା’

ନାବାଳିକା ପୁଅ-ଝିଅଙ୍କୁ ମାଡ଼ ମାରିବା ଘଟଣାରେ ବାପା ଓ ସାବତ ମା’ଙ୍କୁ ଆଠଗଡ଼ ପୁଲିସ ଗିରଫ କରିଛି। ଅନ୍ୟପଟରେ ଏବେବି ୨ଶିଶୁଙ୍କର ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି। ସୂଚନାଯୋଗ୍ୟ ଗତ ସୋମବାର ଦିନ ଆଠଗଡ଼ ଥାନା ଅନ୍ତର୍ଗତ ଷୋଳଘରିଆ ଗ୍ରାମରେ ଭଡ଼ା ରହୁଥିବା ସୁନୀଲ