Odia News Portal

ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ସୌରିନ୍‌ଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

କଟକର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍ ଥିବା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି ହୋଇଛି । ଗତ ସପ୍ତାହରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଅର୍ଥାତ୍ ଆଇନ ଆଖିରେ ଏବେ ସୌରିନ୍‌ ଜଣେ ଫେରାର୍ ଅଭିଯୁକ୍ତ । ଅନ୍ୟପଟେ ଅଭିଯୁକ୍ତ ସୌରିନ୍ ଆଗୁଆ ଜାମିନ୍ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି ।

ହାଇକୋର୍ଟରେ ହୋଇଥିବା ତାଙ୍କର ଜାମିନ୍ ନାମଞ୍ଜୁର ଓ ଏବେ ଏନ୍‌ବିଡବ୍ଲୁ ବାହାରିବା ପରେ ସୌରିନ୍‌ଙ୍କୁ ସର୍ବୋଚ୍ଚ ଅଦାଲତରେ ଆଶ୍ୱସ୍ତି ମିଳିବ ନାହିଁ ଏବଂ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ମହିଳା ଥାନା ପୁଲିସ ଆଶା ରଖିଛି । ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୦ ତାରିଖରେ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି । ସେପ୍ଟେମ୍ବର ୧୧ରେ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ନୋଟିସ୍ ଜାରି କରିଛି ।