Odia News Portal
Browsing Tag

swadhikar

ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ: କର୍ଣ୍ଣାଟକରେ ଖର୍ଚ୍ଚ ହେବ ଓଡ଼ିଶାର ଲାଭାଂଶ

ଭୁବନେଶ୍ବର ବିମାନବନ୍ଦର ବହୁବର୍ଷ ହେବ ଲାଭ ଦେଇ ଆସୁଛି। ଏଠାରୁ ଶହ ଶହ କୋଟିର ଲାଭାଂଶ ରାଜକୋଷକୁ ଯାଉଛି। ତଥାପି ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଲାଗି ପଡ଼ିଛନ୍ତି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ)। ଏହାର ଲାଭାଂଶରେ ଅନ୍ୟ ବିମାନବନ୍ଦର ପରିଚାଳନା…

ତାଳଚେରରେ ଧିମେଇଛି ମନରେଗା: ୨୧ ପଞ୍ଚାୟତରୁ ମାତ୍ର ୧୯ ଜଣଙ୍କୁ ଶହେ ଦିନର କାମ

ଅନୁଗୁଳଜିଲ୍ଲା ତାଳଚେର ବ୍ଲକ୍‌ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାମ ଅତ୍ୟନ୍ତ ଧିମା। ଚଳିତ ଆର୍ଥିକ ବର୍ଷରେ ୭ ଲକ୍ଷ ୪୯ ହଜାର ୫ ଶହ ଶ୍ରମ ଦିବସ ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି। ହେଲେ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ୨ ମାସ ବାକି ଥିବାବେଳେ…

ଅଟୋକୁ ପିଟିଲା ଟୁରିଷ୍ଟ ଭ୍ୟାନ୍, ଦୁଇ ଜଣ ଗୁରୁତର

ଟୁରିଷ୍ଟ ଭ୍ୟାନ୍ ଖେଳାଇଲା ଛାତିଥରା ଦୁର୍ଘଟଣା । ବଡଗଡ଼ ବ୍ରିଟ କଲୋନୀରେ ଖେଳଇଲା ଆତଙ୍କ । ପ୍ରଥମେ ଏକ ଅଟୋକୁ ଧକ୍କା ପରେ ଦୋକାନକୁ ଧସେଇ ପସିଲା । ଦ୍ରୁତ ଗତିରେ ମାଡି ଆସିଲା ଟ୍ରାଭେଲର ଭ୍ଯାନ । ଅଟୋକୁ ପିଟିବା ସହ ଏକ ଚାହା ଦୋକାନ ଭିତରେ ପଶି ଦୁର୍ଘଟଣା ଘଟାଇଛି।…

ଚୋର ସନ୍ଦେହରେ ଯୁବକକୁ ପିଟିପିଟି ହତ୍ୟା ଅଭିଯୋଗ

ଗଞ୍ଜାମଜିଲ୍ଲା ଭଞ୍ଜନଗର ଥାନା ଅଧିନ ସାର୍ଦୁଳ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ପିଟି ପିଟି ଗୁରୁତର କରିଦେଇଥିବା ଅଭିଯୋଗ ହୋଇଛି। ଶନିବାର ସକାଳ ସମୟରେ ଉକ୍ତ ଯୁବକ ଜଣଙ୍କ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି।ପ୍ରାଥମିକ…

ଏସ୍‌ସିବିରେ ଡାକ୍ତରଙ୍କ ‘ବାରି’ ପରମ୍ପରା ଶେଷ: ପସନ୍ଦର ଡାକ୍ତରଙ୍କୁ ଯେକୌଣସି ଦିନ ଦେଖାଇପାରିବେ, ଡାକ୍ତରଙ୍କ…

କଟକ ବଡ଼ ଡାକ୍ତରଖାନାରେ ପ୍ରଥମ ଥର ପାଇଁ ବହିର୍ବିଭାଗ (ଓପିଡି) ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ବହିର୍ବିଭାଗରେ ଚାଲି ଆସିଥିବା ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ଦିନ (ବାରି)ରେ ରୋଗୀ ଚିକିତ୍ସା ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଏଣିକି…

ଧାନକିଣାରେ ଯୋଜନାବଦ୍ଧ ମହାଲୁଟ୍‌: ବାଲେଶ୍ବରରେ ୧୦ କେଜି ଲେଖାଏଁ କଟ୍‌ନିଛଟ୍‌ନି

ଧାନକିଣାକୁ ସୁବ୍ୟବସ୍ଥିତ କରିବାକୁ ପ୍ରତିବର୍ଷ ଜିଲ୍ଲାସ୍ତରଠାରୁ ନେଇ ରାଜ୍ୟସ୍ତରରେ ପ୍ରସ୍ତୁତି ବୈଠକ ହେଉଛି। ତୃଣମୂଳସ୍ତରରେ ଥିବା ମଣ୍ଡିରେ ଧାନ କିଣାବିକାଠାରୁ ନେଇ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଧିକାରୀ, କର୍ମଚାରୀଙ୍କୁ ମଣ୍ଡି ଉପ‌ରେ ନଜର ରଖିବାକୁ ନିଯୁକ୍ତ କରାଯାଉଛି। ମାତ୍ର,…

ଆହାର କେନ୍ଦ୍ରରେ ଗରିବଙ୍କୁ ପ୍ରହାର:ମିଳୁଛି ଅଧାପେଟର ଭୋଜନ:ବ୍ୟବହାର ହେଉଛି ଦୁଇ ପ୍ରକାର ଥାଳି

ଗରିବଙ୍କୁ ଆହାର କେନ୍ଦ୍ରରେ ୫ ଟଙ୍କାରେ ପେଟପୂରା ଭାତ, ଡାଲ୍‌ମା ଓ ଆଚାର ଦେବାକୁ ସରକାରଙ୍କର ରହିଛି ସ୍ପ‌ଷ୍ଟ ନିର୍ଦ୍ଦେଶନାମା। ହେଲେ ସ୍ମାର୍ଟସିଟି ରାଉରକେଲା ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ‘ଆହାର’ ନାଁରେ ଗରିବଙ୍କୁ କରାଯାଉଛି ଲୁଟ୍‌। ଥାଳି ପିଛା ଭାତ, ଡାଲ୍‌ମା ଓ ଆଚାର ପାଇଁ ୫…

ରାୟଗଡ଼ାର ୩ଟି ସ୍ଥାନରେ ନକ୍ସଲ ବ୍ୟାନର୍‌

ରାୟଗଡ଼ା ଜିଲ୍ଲାର ୩ଟି ସ୍ଥାନରେ ଶୁକ୍ରବାର ମାଓ ବ୍ୟାନର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ପକ୍ଷରୁ ଲାଗିଥିବା ପୋଷ୍ଟରରେ ମାଓ ସଂଗଠନର ପୂର୍ବ ନେତା ସବ୍ୟସାଚୀ, ଆଜାଦ, ଉଦୟ ଓ ନିଖିଲଙ୍କୁ ଟାର୍ଗେଟ୍‌ କରାଯାଇଛି। ଏହି ମାଓ ନେତା ଆଦିବାସୀ ହୋଇନଥିଲେ ମଧ୍ୟ ନକ୍ସଲ…

ପୁଲିସ କମିସନର୍‌ଙ୍କ ଶିବରାତ୍ରି ପ୍ରସ୍ତୁତି ସମୀକ୍ଷା: ମୁତୟନ ‌ହେବେ ୩୪ପ୍ଲାଟୁନ୍‌ ପୁଲିସ, ନଜର ରଖିବ ୪୩ ସିସିଟିଭି

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ମହାଶିବରାତ୍ରି ପର୍ବ ପାଇଁ ଆଜି ଅପରାହ୍ଣରେ କମିସନରେଟ୍‍ ପୁଲିସ ପକ୍ଷରୁ ମା’ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୁରେଶ ଦେବଦତ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…

ପାରାଦୀପରେ ବ୍ଲୁ ଫ୍ଲାଗ ବିଚ୍ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ସେପ୍ଟେମ୍ବର ସୁଦ୍ଧା ସରିବ କାମ

ପାରାଦୀପରେ ଆଜି ସକାଳୁ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ପ୍ରଥମେ ବେଳାଭୂମିକୁ ଯାଇ ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ଯ ରଖାଯାଇଥିବା ଶ୍ରୀମତୀ ଗର୍ଗ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି। ଦୀର୍ଘ ୭ କିଲୋମିଟର ବେଳାଭୂମିରେ ଉନ୍ନୟନ କରାଯିବା ସହ…