Odia News Portal

ପୁଣି ଥରେ ବିବାହ କଲେ ପୂଜା ବାନାର୍ଜୀ

ପୁଣି ଥରେ ବିବାହ କରିଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। ଦ୍ବିତୀୟ ଥର ପାଇଁ କୁନାଲ ବର୍ମାଙ୍କ ହାତ ଧରିଛନ୍ତି ପୂଜା । ଦୁହିଁଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା। ଟେଲି ପରଦାର ଏହି ଯୋଡ଼ି ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ପୂଜା ଓ କୁନାଲ ଉଭୟ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ୨୦୧୭ରେ କୁନାଲ-ପୂଜା ନିର୍ବନ୍ଧ କରିଥିଲେ। ଚଳିତ ବର୍ଷ ଏପ୍ରିଲ ୧୫ରେ ସେମାନେ ବିବାହ କରିଥାନ୍ତେ। ହେଲେ କରୋନାକୁ ନେଇ ଲକ୍‌ଡାଉନ୍‌ କାରଣରୁ ଏହା ଘୁଞ୍ଚି ଯାଇଥିଲା। ପରେ ଉଭୟ ରେଜିଷ୍ଟ୍ରି ମ୍ୟାରେଜ୍‌ କରି ଏକାଠି ରହୁଥିଲେ। ହେଲେ ସେ କହିଥିଲେ କି ସମୟ ଦେଖି ଦୁହେଁ ରୀତିନୀତି ଅନୁଯାୟୀ ବିବାହ କରିବେ ।